ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଭୟଙ୍କର କାର୍ ଦୁର୍ଘଟଣା, ଜଳିଗଲା କାର୍, ବର୍ତ୍ତମାନ ପନ୍ତଙ୍କର ଅବସ୍ଥା.. ଜାଣନ୍ତୁ ପୂରା ଖବର

 
Rishabh Pant

କ୍ରିକେଟ ଦୁନିଆରୁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କର କାର୍ ସଡ଼କ ଦୁର୍ଘଟଣା ଶିକାର ହୋଇଛି। ଏଥିରେ ପନ୍ତ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

କ୍ରିକେଟର ରିଷଭ ପନ୍ତ ଙ୍କର କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରିଷଭ ପନ୍ତ ନିଜ କାରରେ ବସି ଦିଲ୍ଲୀରୁ ଘରକୁ ଫେରୁଥିବା ବେଳେ ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ରିଷଭ ପନ୍ତ ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Rishabh Pant

ତାଙ୍କର ବିଏମଡବ୍ଲୁ କାର ନରସାନ ସୀମାରେ ଥିବା ମହମ୍ମଦପୁର ଟର୍ନିଂ ପଏଣ୍ଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପନ୍ତଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ତାଙ୍କ କାର ରେଲିଂ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ କାରଟି ନିଆଁରେ ଜଳି ଯାଇଛି।

Rishabh Pant

ରିଷଭ ପନ୍ତଙ୍କୁ ଦିଲ୍ଲୀ ରାସ୍ତାରେ ଥିବା ସାକ୍ସାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଟିମ୍ ଇଣ୍ଡିଆର ତାରକା କ୍ରିକେଟର ରିଷଭ ପନ୍ତ ରୁର୍କିରୁ ଘରକୁ ଫେରୁଥିଲେ। ସେତେବେଳେ ଏହି ଅଘଟଣ ଘଟିଛି। ବର୍ତ୍ତମାନ ତାଙ୍କୁ ରୁଷିକେଶରେ ଥିବା ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

​​​​