ଏସିଆ କପ୍ ପରାଜୟର ବଦଲା ନେବ ଭାରତ! ପୁଣି ଏହି ଦିନ ଭାରତ ପାକିସ୍ତାନ ହେବେ ମୁହାଁମୁହିଁ

 
India vs pak

ଗତବର୍ଷ ଟି-୨୦ ବିଶ୍ୱକପରେ ୟୁଏଇ ଠାରେ ଭାରତକୁ ଅତି ଶୋଚନୀୟ ଭାବରେ ହରାଇ ଦେଇଥିଲା ପାକିସ୍ତାନ। ପାକିସ୍ତାନ ଠାରୁ ହାରିବା ପରେ ଭାରତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ତେବେ, ଖୁବଶୀଘ୍ର ବିଶ୍ୱକପର ବଡ଼ ମଞ୍ଚରେ ପୁଣିଥରେ ଭେଟାଭେଟି ହେବାକୁ ଯାଉଛନ୍ତି ଏହି ଦୁଇ ପ୍ରତିଦ୍ୱନ୍ଦୀ। ଆଜ୍ଞା ହଁ, ଆଗାମୀ ଅକ୍ଟୋବର ୨୩ ତାରିଖରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ମଇଦାନରେ ଭାରତ ପାକିସ୍ତାନକୁ ଭେଟିବାକୁ ଯାଉଛି।

India vs pak

ଏଥିସହିତ ଭାରତ ପାଖରେ ଗତ ପରାଜୟର ପ୍ରତିଶୋଧ ନେଵାର ମଧ୍ୟ ଏକ ସୁବର୍ଣ୍ଣ ସୁଯୋଗ ରହିବ। ତେବେ, ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତ ଏକ ଶକ୍ତିଶାଳୀ ଦଳ ଚୟନ କରିଛି। ଯଦିଓ ଶେଷ ମୁହୂର୍ତ୍ତରେ ରବୀନ୍ଦ୍ର ଜାଡେଜାଙ୍କୁ ଆଘାତ ଲାଗିଥିବାରୁ ତାଙ୍କୁ ଏହି ଦଳରେ ସାମିଲ କରାଯାଇନାହିଁ। କିନ୍ତୁ, ଭାରତର ପ୍ରମୁଖ ବୋଲର ଯଶପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ପୁଣିଥରେ ଦଳକୁ ଫେରିଛନ୍ତି।

India vs pak

ଅନ୍ୟପକ୍ଷରେ ବିଶ୍ୱକପ ପୂର୍ବରୁ ପାକିସ୍ତାନର ପ୍ରମୁଖ ଅସ୍ତ୍ର ସହିନ ଶାହ ଆଫ୍ରିଦି ମଧ୍ୟ ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି କୁହାଯାଉଛି। ପାକିସ୍ତାନ ତରଫରୁ ନସିମ ଶାହ ଏବଂ ହାରିସ୍ ରାଉଫ ମଧ୍ୟ ଚମତ୍କାର ବୋଲିଂ କରୁଛନ୍ତି। ଏଭଳି ପରିସ୍ଥିତିରେ ଆସନ୍ତା ମାସ ୨୩ ତାରିଖରେ ଭାରତର ସୁଦୃଢ଼ ବ୍ୟାଟିଂ ଏବଂ ପାକିସ୍ତାନର ଶାଣିତ ବୋଲିଂ ଲାଇନଅପ୍ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ।