ଛକା ମାରି ଭାରତକୁ ମ୍ୟାଚ ଜିତାଇବା ପରେ ଧୋନୀଙ୍କୁ ନେଇ ବଡ଼ ବୟାନ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ଧୋନୀ ମତେ...

 
Hardik pandya

ୟୁଏଇରେ ଅନୁଷ୍ଠିତ ହେଉଥିବା ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାରେ ଭାରତ ଏହାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୫ ୱିକେଟରେ ହରାଇଛି। ଏଥିସହିତ ଗତ ବିଶ୍ୱକପରେ ମିଳିଥିବା ପରାଜୟର ମିଠା ପ୍ରତିଶୋଧ ନେବାରେ ମଧ୍ୟ ସକ୍ଷମ ହୋଇଛି। ତେବେ, ଭାରତ ବିଜୟରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୋଲିଂ କରି ୩ଟି ମହତ୍ତ୍ୱପୂର୍ଣ୍ଣ ୱିକେଟ୍ ନେବା ପରେ ପାଣ୍ଡ୍ୟା ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

Hardik on dhoni

ଶେଷ ଓଭରର ପ୍ରଥମ ବଲରେ ରବୀନ୍ଦ୍ର ଜାଡେଜା ଆଉଟ ହେବାପରେ ମ୍ୟାଚ ରୋମାଞ୍ଚକର ହୋଇ ଯାଇଥିଲା। ତେବେ, ପାଣ୍ଡ୍ୟା ଏହି ଓଭରର ଚତୁର୍ଥ ବଲକୁ ଛକାରେ ପରିଣତ କରି ଭାରତକୁ ଜିତାଇ ଦେଇଥିଲେ। ତେବେ, ଦଳରେ ଫିନିସର୍ ଭାବରେ ଭଲ ପ୍ରଦର୍ଶନ କରିବା ପରେ ସେ ଏହାର ସମସ୍ତ ଶ୍ରେୟ ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନୀଙ୍କୁ ଦେଇଛନ୍ତି। ଧୋନୀଙ୍କ ପରି ସେ ମ୍ୟାଚକୁ ଶେଷ ଓଭର ଯାଏଁ ନେବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି। ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭୁବନେଶ୍ୱର କୁମାରଙ୍କ ଚମତ୍କାର ୪ ୱିକେଟ୍ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ୩ ୱିକେଟ୍ ବଳରେ ଭାରତ ପାକିସ୍ତାନକୁ ୧୪୭ ରନ୍ ରେ ଅଲଆଉଟ କରି ଦେଇଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ୍ ସର୍ବାଧିକ ୪୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଜବାବରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ହେଁ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ୩୫ ରନ୍ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ୩୩ ରନ୍ ବଳରେ ଭାରତ ମ୍ୟାଚଟିକୁ ଜିତି ନେଇଥିଲା।