୯.୨୫ କୋଟିରେ କିଣି CSK ଖେଳାଇନଥିଲା ଗୋଟିଏ ହେଲେ ମ୍ୟାଚ, ୯୦ ଲକ୍ଷରେ କିଣି ମ୍ୟାଚ ବିଜେତା ସଜାଇଲେ ଗୌତମ ଗମ୍ଭୀର, ଜାଣନ୍ତୁ କିଏ ସେହି ଖେଳାଳୀ

 
Gambhir

ଆଇପିଏଲ୍ ୨୦୨୨ ର ୧୫ ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୃଷ୍ଣପ୍ପା ଗୌତମ ପ୍ରଥମ ଥର ପାଇଁ ଲକ୍ଷ୍ନୌ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ ଏବଂ ସେ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଚମତ୍କାର ବୋଲିଂ କରିଥିଲେ। ଏଠାରେ କହି ରଖୁଛୁ ଯେ କୃଷ୍ଣପ୍ପା ଗୌତମଙ୍କୁ ସିଏସକେ ଦଳ ଗତବର୍ଷ ୯ କୋଟି ୨୫ ଲକ୍ଷ ଟଙ୍କାରେ କିଣିଥିଲା। ଏତେ ଟଙ୍କାରେ କିଣାଯିବା ସତ୍ତ୍ୱେ ଅଧିନାୟକ ଧୋନି ତାଙ୍କୁ ଗୋଟିଏ ମ୍ୟାଚରେ ମଧ୍ୟ ସୁଯୋଗ ଦେଇନଥିଲେ।

K gotham

କିନ୍ତୁ ଲକ୍ଷ୍ନୌ ଦଳର ପରାମର୍ଶଦାତା ଥିବା ଗୌତମ ଗମ୍ଭୀର ତାଙ୍କୁ ପ୍ରଥମ ମ୍ୟାଚରେ ଷ୍ଟାର କରାଇଦେଇଛନ୍ତି।  ଗତ ସିଜନରେ କୃଷ୍ଣପ୍ପା ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ଥିଲେ। କିନ୍ତୁ, ସେ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ। ଚଳିତ ସିଜନରେ ଲକ୍ଷ୍ନୌ ସୁପରଗିଆଣ୍ଟସ୍ ତାଙ୍କୁ ୯୦ ଲକ୍ଷ ଟଙ୍କାରେ କିଣିଥିଲେ ଏବଂ ତାଙ୍କୁ କିଣିବାର ସବୁ କ୍ରେଡିଟ୍ ଗୌତମ ଗମ୍ଭୀରଙ୍କ ଯାଇଥାଏ ବୋଲି କୁହାଯାଉଛି।

Gotham in csk

ଦିଲ୍ଲୀ ବିପକ୍ଷ ମ୍ୟାଚରେ କୃଷ୍ଣପ୍ପା ଗୌତମ ଲକ୍ଷ୍ନୌ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ସେ ୪ ଓଭରରେ ୧ ୱିକେଟ୍ ନେଇଥିବା ବେଳେ ମାତ୍ର ୨୩ ରନ୍ ଦେଇଥିଲେ। ସେ ପୃଥ୍ବୀ ଶଙ୍କ ୱିକେଟ୍ ନେଇ ଲକ୍ଷ୍ନୌ ଦଳକୁ ମ୍ୟାଚରେ ଫେରାଇ ଆଣିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ କୃଷ୍ଣପ୍ପା ଗୌତମ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଖେଳିବାକୁ ସୁଯୋଗ ପାଇଥିଲେ। ସେ ଗୋଟିଏ ଏକଦିବସୀୟ ମ୍ୟାଚ୍ ଖେଳି ୧ ୱିକେଟ୍ ନେଇଥିଲେ।