ବ୍ୟାଟିଂ କରିବା ପୂର୍ବରୁ କାହିଁକି ସବୁବେଳେ ବ୍ୟାଟକୁ କାମୁଡନ୍ତି ଧୋନୀ, କାରଣ ଜାଣି ହୋଇଯିବେ ତାଜୁବ୍

 
Dhoni

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ କ୍ରିକେଟ ଦୁନିଆର ଶ୍ରେଷ୍ଠ ଫିନିସର୍ ଭାବରେ ବିବେଚନା କରାଯାଇଥାଏ। ଆଇପିଏଲ୍ ୨୦୨୨ ରେ ମଧ୍ୟ ଧୋନି ବ୍ୟାଟ ସହିତ ବହୁତ ଭଲ ଫର୍ମରେ ଥିବା ନଜର୍ ଆସିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ବ୍ୟାଟ୍ ସହିତ ଏକ ଛୋଟ କିନ୍ତୁ ବହୁତ ଭଲ ଇନିଂସ ଖେଳିଥିଲେ। ତେବେ, ମ୍ୟାଚ ସମୟର ମହେନ୍ଦ୍ର ସିଂ ଧୋନିଙ୍କ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ସେ ନିଜ ବ୍ୟାଟ୍ ଚୋବାଉଥିବାର ଦେଖିବାକୁ ମିଳିଥିଲା।

Dhoni

ଧୋନି ବ୍ୟାଟିଂ କରିବା ପୂର୍ବରୁ କାହିଁକି ଏପରି କରନ୍ତି ସେଥିନେଇ ଭାରତର ଭେଟେରାନ ସ୍ପିନର ଅମିତ ମିଶ୍ର ସୂଚନା ଦେଇଛନ୍ତି। ଅମିତ କହିଛନ୍ତି ଯେ ମହେନ୍ଦ୍ର ସିଂ ଧୋନି ତାଙ୍କ ବ୍ୟାଟକୁ ସଫା ରଖିବା ପାଇଁ ଏପରି କରିଥାନ୍ତି। ସେ ନିଜ ବ୍ୟାଟ୍ କୁ ସଫା ରଖିବା ଏବଂ ବ୍ୟାଟ୍ ଉପରେ ଥିବା ଟେପ୍ କୁ ହଟାଇବା ପାଇଁ ଏହା କରୁଥିବା ଅମିତ ସୂଚନା ଦେଇଛନ୍ତି।

ମ୍ୟାଚ ବିଷୟରେ କହିବାକୁ ଗଲେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଧୋନି ୮ ବଲରୁ ୨୧ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ୨୬୨.୫୦ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରିଥିଲେ। ଆଇପିଏଲ୍ ୨୦୨୨ ସିଜନରେ ମହେନ୍ଦ୍ର ସିଂ ଧୋନି ୩୨.୬୦ ଆଭରେଜରେ ରନ୍ ସଂଗ୍ରହ କରିଛନ୍ତି। ଧୋନି ପୁଣିଥରେ ଅଧିନାୟକ ଭାବରେ ଫେରିବା ପରେ CSK ଦଳ ପୁଣିଥରେ ବିଜୟ ଧାରାକୁ ଫେରିଛି।