ଘୋଷଣା ହେଲା ଏସିଆ କପ୍ ୨୦୨୨ ଖେଳସୂଚୀ: ଏହିଦିନ ହେବ ଭାରତ-ପାକିସ୍ତାନ ମୁକାବିଲା, ଦେଖନ୍ତୁ ପୂରା ଖେଳସୂଚୀ

 
Ind vs pak

ବହୁ ପ୍ରତୀକ୍ଷିତ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ୨୭ ଅଗଷ୍ଟରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ପରଦିନ ଅର୍ଥାତ ୨୮ ଅଗଷ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତାର ସୁପର ଫୋର୍ ଚରଣ ୩ ସେପ୍ଟେମ୍ବର ଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଫାଇନାଲ ମ୍ୟାଚ ୧୧ ସେପ୍ଟେମ୍ବରରେ ଖେଳାଯିବ।

Asia cup

ଏସୀୟ କ୍ରିକେଟ୍ ପରିଷଦର ସଭାପତି ଜୟ ଶାହା ଏଥିନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏସିଆ କପର ୧୫ ତମ ସଂସ୍କରଣ ଦଳ ଗୁଡିକ ପାଇଁ ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ଏକ ଆଦର୍ଶ ପ୍ରସ୍ତୁତି ଭାବରେ କାର୍ଯ୍ୟ କରିବ। ଏହି ବହୁପ୍ରତିକ୍ଷିତ ପ୍ରତିଯୋଗିତା ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଯୋଜନା ରହିଥିଲା।

Schedule

କିନ୍ତୁ, ବର୍ତ୍ତମାନ ସେଠାକାର ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିୟ କ୍ରିକେଟ ପରିଷଦ ଏହାକୁ ୟୁଏଇକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛି। ପ୍ରତିଯୋଗିତା ୟୁଏଇରେ ଖେଳା ଯାଉଥିଲେ ହେଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ଼ ହିଁ ଏହାର ଆୟୋଜନ କରିବ। ଭାରତ ଗତଥର ୨୦୧୮ ସଂସ୍କରଣରେ ଫାଇନାଲରେ ବାଂଲାଦେଶକୁ ହରାଇ ବିଜୟୀ ହୋଇଥିଲା। ଏସିଆ କପ ଇତିହାସରେ ୭ଟି ବିଜୟ ସହିତ ଭାରତ ସବୁଠାରୁ ସଫଳ ଦଳ ହୋଇପାରିଛି।