ଭାରତ ପାଇଁ ଏଥର ଟି୨୦ ବିଶ୍ୱକପ ଜିତିବା ହେବା ଅସମ୍ଭବ, ଏହି ୫ଟି ବଡ଼ ସମସ୍ୟା ହେବ ଟିମ୍ ଇଣ୍ଡିଆ ରାସ୍ତାର କଣ୍ଟା

 
Team india

ଚଳିତବର୍ଷ ଅକ୍ଟୋବର ୧୩ ତାରିଖରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଯାଉଛି ଟି-୨୦ ବିଶ୍ୱକପ। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଦେଶ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ଭାରତୀୟ କ୍ରିକେଟ ଦଳ ମଧ୍ୟ ନିଜର ପ୍ରସ୍ତୁତି ଚଳାଇଛି। କିନ୍ତୁ, ଏବେ ମଧ୍ୟ ଦଳରେ ଏପରି କିଛି ସମସ୍ୟା ରହିଛି ଯାହାକି ଆଗକୁ ଭାରତର ବିଶ୍ୱକପ ଜିତିବା ରାସ୍ତାରେ କଣ୍ଟା ସାବ୍ୟସ୍ତ ହୋଇପାରେ।

୧. ଏପର୍ଯ୍ୟନ୍ତ ଠିକ୍ ହୋଇପାରୁନି ଟିମ୍ କମ୍ବିନେସନ୍:- ଟି-୨୦ ବିଶ୍ୱକପ ପାଇଁ ମାତ୍ର ୩ ମାସ ରହିଥିବା ବେଳେ ଭାରତୀୟ ଦଳରେ ଲଗାତାର ଖେଳାଳି ଅଦଳ ବଦଳ ଜାରି ରହିଛି। ଅଳ୍ପ କିଛି ଖେଳାଳିଙ୍କୁ ଛାଡିଦେଲେ ନୂଆ ନୂଆ ଖେଳାଳିଙ୍କୁ ମଉକା ମିଳୁଛି। ତେବେ, ବିଶ୍ୱକପ ପୂର୍ବରୁ ଏକ ସନ୍ତୁଳିତ ଦଳ ଗଠନକୁ ନେଇ ପ୍ରଶ୍ନ ଉଠୁଛି।

India

୨. ବ୍ୟାଟିଂ ଓପନର୍ ସମସ୍ୟା:- ଆଗାମୀ ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ସହିତ କିଏ ଓପନ୍ କରିବ? ଏହା ଏକ ବଡ଼ ପ୍ରଶ୍ନ ଅଟେ। ରୋହିତଙ୍କ ସହିତ କେ.ଏଲ ରାହୁଲ ପ୍ରଥମ ପସନ୍ଦର ଓପନର୍ ହୋଇଥିଲେ ହେଁ ସେ ଆହତ ସମସ୍ୟା ଦେଇ ଗତି କରୁଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ତାଙ୍କ ସ୍ଥାନରେ ଏପର୍ଯ୍ୟନ୍ତ ଇଶାନ କିଶନ ଏବଂ ଋଷବ ପନ୍ତ ଭଳି ଖେଳାଳିଙ୍କୁ ସୁଯୋଗ ଦିଆଯାଉଛି।

Opener

୩. ବିରାଟ କୋହଲିଙ୍କ ଫର୍ମ:- ପୂର୍ବତନ ଭାରତୀୟ ଅଧିନାୟକ ତଥା ରନ୍ ମେସିନ୍ କୁହାଯାଉଥିବା ବିରାଟ କୋହଲିଙ୍କ ଫର୍ମ ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତା ଅଟେ। ୩ ବର୍ଷ ହେବ ସେ କୌଣସି ଫର୍ମାଟରେ ମଧ୍ୟ ଶତକ ଅର୍ଜନ କରି ନାହାଁନ୍ତି। ଏପରିକି ଇଂଲଣ୍ଡ ବିପକ୍ଷ ସିରିଜରେ ମଧ୍ୟ ସେ ବଡ଼ ରନ୍ କରିବାରେ ଅସଫଳ ହୋଇଥିଲେ।

Virat form

୪. ଚିନ୍ତା ବଢ଼ାଉଛି ମଧ୍ୟକ୍ରମ ବ୍ୟାଟିଂ:- ବିରାଟ କୋହଲିଙ୍କ ଅସଫଳତା ସହିତ ଭାରତର ମଧ୍ୟକ୍ରମ ବ୍ୟାଟିଂ ଉପରେ ମଧ୍ୟ ପ୍ରଶ୍ନବାଚୀ ରହିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଛାଡ଼ିଦେଲେ ଭାରତ ମଧ୍ୟକ୍ରମ ବ୍ୟାଟିଂ ସେପରି କିଛି ଖାସ୍ ପ୍ରଦର୍ଶନ କରିନାହିଁ। ମଧ୍ୟକ୍ରମରେ ଶ୍ରେୟାସ୍ ଆୟର ଏବଂ ଋଷବ ପନ୍ତ ସେପରି କିଛି ବଡ଼ ଇନିଂସ ଖେଳିବାର ଅସଫଳ ହୋଇଛନ୍ତି।

Middle order

୫. ସ୍ପଷ୍ଟ ହୋଇପାରୁନି ବୋଲିଂ ବିଭାଗ:- ଅଷ୍ଟ୍ରେଲିଆ ପିଚରେ ଯଶପ୍ରୀତ ବୁମ୍ରା ଘାତକ ସାବ୍ୟସ୍ତ ହୋଇପାରନ୍ତି। କିନ୍ତୁ, ବୋଲିଂରେ ତାଙ୍କୁ କିଏ ସହଯୋଗ କରିବା ତାହା ଏକ ବଡ଼ ପ୍ରଶ୍ନ। ଭୁବନେଶ୍ୱର କୁମାର ଭଲ ଫର୍ମରେ ଥିଲେ ହେଁ ସେଠାରେ ତାଙ୍କୁ କେତେ ସ୍ୱିଙ୍ଗ ମିଳିବ ତାହା କହିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ୟୁଜବେନ୍ଦ୍ର ଚହଲଙ୍କ ସହିତ କିଏ ସ୍ପିନ ବିଭାଗ ସମ୍ଭାଳିବ ତାହା ସ୍ପଷ୍ଟ ହୋଇପାରିନି।

Pace attack