ଭାରତର ଏଭଳି ୫ କ୍ରିକେଟର୍ ଯେଉଁମାନେ ଛାଡ଼ପତ୍ର ପାଇଥିବା ମହିଳାଙ୍କୁ କରିଥିଲେ ବିବାହ,ପୁରା ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 
Cricketers who married divorcies

ଭାରତରେ କ୍ରିକେଟ ଖେଳକୁ ନେଇ ଥିବା କ୍ରେଜ୍ ବିଷୟରେ ସମସ୍ତେ ଜାଣିଛନ୍ତି। ଏଠାରେ କ୍ରିକେଟ ଖେଳାଳି ମାନଙ୍କୁ କୌଣସି ଷ୍ଟାର ଠାରୁ କମ ଆଖ୍ୟା ଦିଆଯାଇନଥାଏ। କ୍ରିକେଟ ପ୍ରେମୀମାନେ ନିଜର ପସନ୍ଦର ଖେଳାଳିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ସବୁବେଳେ ଆଗ୍ରହୀ ହୋଇଥାନ୍ତି। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏପରି କିଛି ଭାରତୀୟ କ୍ରିକେଟରଙ୍କ ବିଷୟରେ ଯେଉଁମାନେ ପୂର୍ବରୁ ହିଁ ବିବାହିତା ଥିବା ମହିଳାମାନଙ୍କୁ ନିଜର ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ:-

୧. ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ନିକିତା ଭଞ୍ଜାରାଙ୍କୁ ବିବାହ କରିଥିଲେ।  ନିକିତା ଟିମ୍ ଇଣ୍ଡିଆ ଖେଳାଳି ଦୀନେଶ କାର୍ତ୍ତିକଙ୍କ ପ୍ରଥମ ପତ୍ନୀ ଥିଲେ, କିନ୍ତୁ ପରେ ସେ କାର୍ତ୍ତିକଙ୍କୁ ଛାଡପତ୍ର ଦେଇ ବିଜୟଙ୍କୁ ବିବାହ କରିଥିଲେ।

୨. ଭାରତୀୟ କ୍ରିକେଟ୍ ଦଳରେ ଗବ୍ବର ଭାବେ ପରିଚିତ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ୨୦୧୨ ମସିହାରେ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହିତା ଥିବାବେଳେ ସେ ନିଜ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ଆୟେଶାଙ୍କର ପ୍ରଥମ ସ୍ୱାମୀଙ୍କ ଠାରୁ ଦୁଇଟି ଝିଅ ମଧ୍ୟ ଅଛନ୍ତି। ଏପରିକି ଆୟେଶା ଶିଖରଙ୍କ ଠାରୁ ୧୦ ବର୍ଷ ବଡ ହୋଇଥିଲେ ମଧ୍ୟ ଦୁହେଁ ପରସ୍ପର ସହିତ ଖୁସିରେ ଜୀବନ ବିତାଉଛନ୍ତି।

୩. ଏହି ତାଲିକାରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମ ମଧ୍ୟ ଆସିଛି। ଶାମି ୨୦୧୪ ରେ ହସିନ ଜାହାନଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ଦୁଇଜଣ ପରସ୍ପରଠାରୁ ଅଲଗା ରହୁଛନ୍ତି। ଶାମିଙ୍କୁ ବିବାହ କରିବା ପାଇଁ ହସିନ୍ ତାଙ୍କର ପ୍ରଥମ ସ୍ୱାମୀଙ୍କଠାରୁ ଛାଡପତ୍ର ହୋଇଥିଲେ।

୪. ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ମଧ୍ୟ ଜଣେ ଛାଡପତ୍ର ପାଇଥିବା ମହିଳାଙ୍କୁ ବିବାହ କରିଥିଲେ। ୧୯୯୬ ରେ, ଭେଙ୍କଟେଶ ପ୍ରସାଦ ଜୟନ୍ତୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ, ଯିଏକି ତାଙ୍କ ପ୍ରଥମ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇଥିଲେ। ଉଲ୍ଲେଖଯୋଗ୍ୟ କଥା ହେଉଛି ଯେ ଏହି ଦୁଇଜଣଙ୍କୁ ଭେଟେରାନ୍ ବୋଲର ଅନିଲ କୁମ୍ବଲେ ଭେଟ କରାଇଥିଲେ।

୫. ଭେଟେରାନ୍ ଭାରତୀୟ ଲେଗ୍ ସ୍ପିନ୍ ବୋଲର ଅନିଲ କୁମ୍ବଲେଙ୍କ ପତ୍ନୀ ମଧ୍ୟ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ।  ଚେତନା ନାମକ ଏହି ମହିଳାଙ୍କ ସହ କୁମ୍ବଲେ ୧୯୯୯ ରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ଦୀର୍ଘ ସମୟ ଧରି ପରସ୍ପର ସହିତ ଖୁସିରେ ଜୀବନ ବିତାଉଛନ୍ତି।