ବେକାର୍ ହୋଇଯିବ ଆପଣଙ୍କ ପୁରୁଣା ପାନ୍ କାର୍ଡ! ବଦଳିଲା ପ୍ୟାନ କାର୍ଡ ଭର୍ସନ, ଜାଣନ୍ତୁ କଣ କରିବାକୁ ପଡ଼ିବ
କେନ୍ଦ୍ର ସରକାର PAN ଅପଗ୍ରେଡ୍ ପାଇଁ ପ୍ୟାନ 2.0ର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅନୁସାରେ, PAN 2.0 ପ୍ରକଳ୍ପ ହେଉଛି ଇ-ଗଭର୍ନାସ ପ୍ରକଳ୍ପ ଯାହାକି PAN ପ୍ରାମାଣିକିକରଣଠାରୁ ପ୍ୟାନ୍ର ବ୍ୟବହାରକୁ ସହଜ ଏବଂ ସୁରକ୍ଷିତ କରିବ । ପ୍ୟାନ୍ କାର୍ଡ ପରିଚାଳନା କରୁଥିବା ସଫ୍ଟୱେୟାରଟି 15-20 ବର୍ଷ ପୁରୁଣା ଏବଂ ଏହାକୁ ନବୀକରଣ କରାଯିବା ଆବଶ୍ୟକ।
ପ୍ୟାନ୍ 2.0 ମାଧ୍ୟମରେ ସରକାର ଟିକସଦାତାଙ୍କୁ ଏକ ଉନ୍ନତ ଡିଜିଟାଲ୍ ଅଭିଜ୍ଞତା ପ୍ରଦାନ କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କହିଛନ୍ତି । ନାଗରିକମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ନୂତନ QR କୋଡ୍ ସହିତ ସେମାନଙ୍କର ବିଦ୍ୟମାନ PANକୁ ଅପଗ୍ରେଡ୍ କରିପାରିବେ, କିନ୍ତୁ ଏହା କରିବା ବାଧ୍ୟତାମୂଳକ ନୁହେଁ । ପୁରୁଣା PAN କାର୍ଡ ବୈଧ ରହିବ ।
ଏ ନେଇ ସୋମବାର ଖୋଦ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ନୂତନ ପ୍ୟାନ୍ ନମ୍ବର ପାଇଁ ନାଗରିକମାନେ ଆବେଦନ କରିବା ଆବଶ୍ୟକ ନାହିଁ । ବର୍ତ୍ତମାନର କାର୍ଡର ବୈଧତାକୁ ଉପରେ ଏହି ପ୍ରକଳ୍ପ କୌଣସି ପ୍ରଭାବ ପକାଇବ ନାହିଁ । କେବଳ କାର୍ଯ୍ୟକାରିତା ବୃଦ୍ଧି ପାଇଁ ଏହି ଅପଗ୍ରେଡ୍ କରାଯାଇଛି ।" ଯଦି ଆପଣଙ୍କ ନିକଟରେ ପୂର୍ବରୁ ପ୍ୟାନ୍ କାର୍ଡ ଅଛି ତେବେ ଆପଣଙ୍କୁ କିଛି କରିବାକୁ ପଡ଼ିବ ନାହିଁ ।
ଏଥିଲାଗି ଆପଣଙ୍କୁ ଦେୟ ମଧ୍ୟ ଦେବାକୁ ପଡ଼ିବ ନାହିଁ । ଆପଣଙ୍କ ଠିକଣାରେ ସରକାରଙ୍କ ପକ୍ଷରୁ QR କୋଡ ଥିବା ପ୍ୟାନ କାର୍ଡ ପହଞ୍ଚିଯିବ । ଯଦି ଆପଣଙ୍କ ନିକଟରେ ପ୍ୟାନ୍ କାର୍ଡ ନାହିଁ ତେବେ ଆପଣଙ୍କୁ ଡିଜିଟାଲ କିମ୍ବା ଫିଜିକାଲ ପ୍ୟାନ୍ କାର୍ଡ ପାଇଁ ଆବେଦନ କରିବାକୁ ପଡ଼ିବ । ନୂଆ ପ୍ୟାନ କାର୍ଡରେ କ୍ୟୁଆର କୋର୍ଡ ରହିବ, ଯାହାକି ଉପଭୋକ୍ତା ଅନୁଭବକୁ ଉନ୍ନତ କରିବ ।
PAN କାର୍ଡ ବନାଇବାର ପ୍ରକ୍ରିୟା:-
୧- ଆପଣଙ୍କର ନିକଟତମ PAN ସେବା ଏଜେନ୍ସିକୁ ଯାଆନ୍ତୁ ।
୨- ନୂତନ କାର୍ଡ ତିଆରି କରିବାକୁ ସେଠାରେ ଆବେଦନ କରନ୍ତୁ ।
୩- OTP ଯାଞ୍ଚ ପାଇଁ ମୋବାଇଲ୍ ନମ୍ବର ଦିଅନ୍ତୁ ।
୪- ନାମ, ଆଧାର ନମ୍ବର ଏବଂ ବ୍ୟକ୍ତିଗତ ସୂଚନା ଦେବାକୁ ପଡ଼ିବ ।
୫- eKYC କିମ୍ବା ସ୍କାନ-ଆଧାରିତ ମଧ୍ୟରେ ଏକ ଅପସନ ଚୟନ କରନ୍ତୁ ।
୬- ଫିଜିକାଲ ପ୍ୟାନ୍ କାର୍ଡ ପାଇଁ ଆପଣଙ୍କୁ 107 ଟଙ୍କା ଦେବାକୁ ପଡିବ ।
୭- ePAN କାର୍ଡ ପାଇଁ 72 ଟଙ୍କା ଦେବାକୁ ହେବ ।
୮- PAN କାର୍ଡ ଦେୟ ପରେ eKYC ପ୍ରାମାଣିକିକରଣ ହେବ ।