ଘରେ ବସି ଫୋନ ପେ ମାଧ୍ୟମରେ ନେଇପାରିବେ ୫ଲକ୍ଷ ଟଙ୍କାର ଲୋନ୍, ଜାଣନ୍ତୁ କେମିତି ପାଇବେ ଲୋନ୍
ବେଳେ ଆମର ଆବଶ୍ୟକତା ବଢ଼ିଯାଇଥାଏ । ଏଭଳି ସମୟରେ ପର୍ସନାଲ୍ ସବୁଠାରୁ ଭଲ ବିକଳ୍ପ । କିନ୍ତୁ ଏଭଳି ଲୋନ୍ ପାଇବାକୁ ସମୟ ଲାଗିଥାଏ । ଏଭଳି କ୍ଷେତ୍ରରେ ଆପଣ ଫୋନ୍ ପେ' ଉପରେ ଭରସା କରି ପାରିବେ । ଏହାର ବ୍ୟବହାର କରି ଆପଣ ତୁରନ୍ତ ଆପଣଙ୍କ ସମସ୍ୟାର ସମାଧାନ କରି ପାରିବେ । କାରଣ କେବଳ ଫୋନ୍ ବ୍ୟବହାର କରି ଲୋନ୍ ନେବା ଅତି ସହଜ ହୋଇଛି ।
ଯଦି ଆପଣଙ୍କ ସିବିଲ୍ ସ୍କୋର୍ ଭଲ ରହିଛି ତେବେ ଆପଣ ମାତ୍ର ୧୦ ମିନିଟ୍ରେ ଲୋନ୍ ପାଇ ପାରିବେ । ଯେକୌଣସି ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହେଉଛି ଟଙ୍କା ରିସିଭ୍ କରିବା ହେଉ ଫୋନ୍ ପେ' ଗୁରୁତ୍ୱପୂର୍ଣ୍ଣ ଭୁମିକା ବହନ କରିଛି । ତେବେ ନିକଟରେ ଫୋନ୍ ପେ' DMI Bankର ସହଭାଗିତାରେ ଏକ ନୂଆ ସର୍ଭିସ୍ ଲଞ୍ଚ୍ କରିଛି ।
ଏହାର ନାମ ହେଉଛି Apply Phonepe instant loan 2024 । ଏଭଳି ସର୍ଭିସ୍ ଜରିଆରେ ବ୍ୟାଙ୍କ ନଯାଇ ବିନା କୌଣସି ଦସ୍ତାବିଜ୍ରେ ୧୦ ମିନିଟ୍ ଭିତରେ ଅତି ସହଜରେ ପର୍ସନାଲ୍ ଲୋନ୍ ନେଇ ପାରିବେ। ଏଥିପାଇଁ କୌଣସି ଅତିରିକ୍ତ ସୁଧ ଦେବାକୁ ପଡ଼ିବ ନାହିଁ ।
ଯଦି ଆପଣଙ୍ କ୍ରେଡିଟ୍ ସ୍କୋର୍ ଭଲ ଅଛି ତେବେ ଆପଣଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କା ଋଣ ମିଳି ପାରିବ। ଏଭଳି ଲୋନ୍ ନେଇ ନିୟମାନୁଯାୟୀ ଫେରସ୍ତ କଲେ । ପରବର୍ତ୍ତୀ ସମୟରେ ଏହି ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ୫୦୦୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳି ପାରିବ।ଫୋନ୍ ପେ’ ଅନଲାଇନ୍ ଟ୍ରାଞ୍ଜାକ୍ସନ ପାଇଁ ଏକ ପ୍ଲାଟଫର୍ମ। ଏହି ଆପ୍ର ବ୍ୟବହାର ଯେକେହି ବି ଚାହିଁଲେ କରି ପାରିବେ। ସ୍ପିଡ୍ ଓ ଡିଜିଟାଲ୍ ଯୁଗରେ ଫୋନ୍ ପେ’ ପେମେଣ୍ଟ୍ ସିଷ୍ଟମକୁ ଅତି ସହଜ ଓ ସରଳ ରଖି ପାରିଛି।
ଏହି ଆପ୍ ଜରିଆ ଆପଣ ଯେକୌଣସି ଆକାଉଣ୍ଟ୍କୁ ଟଙ୍କା ଟ୍ରାନ୍ସଫର୍ ଓ ରିସିଭ୍ କରି ପାରିବେ । ଏହାର ସୁବିଧା ଉଠାଇବାକୁ ହେଲେ ବୟସ ସୀମା ୨୧ରୁ ୫୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସିବିଲ୍ ସ୍କୋର୍ ୬୦୦ରୁ କମ୍ ନହୋଇଥିବା ଆବଶ୍ୟକ । Phonepe ଆପ୍ ଖୋଲି ଲୋନ୍ ପାଇଁ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରନ୍ତୁ । ଏହାପରେ ଲୋନ ରାଶି ପୁଷ୍ଟି କରନ୍ତୁ । ଏହାପରେ ଆପଣଙ୍କ ଆକାଉଣ୍ଟ୍କୁ ଲୋନ୍ ଟଙ୍କା କ୍ରେଡିଟ୍ ହେବ।