କୋର୍ଟଙ୍କ ବଡ଼ ରାୟ! ଏଣିକି ସ୍ତ୍ରୀକୁ କଳା ବା ଶ୍ୟାମଳ କହିବା ଅପରାଧ, ହେବ ଜେଲ୍, ଜାଣନ୍ତୁ ପୁରା ଖବର

 
Court order
ସମାଜ ଯେତେ ଆଗକୁ ଯାଉ ନା କାହିଁକି ଆଜି ବି ଲୋକ ମାନଙ୍କ ମନରେ ରଙ୍ଗକୁ ନେଇ ଭେଦ ଭାବ ଲାଗି ରହିଛି । ସମାଜରେ ଏ ନେଇ ଅନେକ ସମୟରେ ମହିଳା ମାନେ ହିଁ ଏହାର ଶିକାର ହୁଅନ୍ତି । ଗୋରା ରଙ୍ଗକୁ ଲୋକ ମାନେ ସୁନ୍ଦରତାର ପ୍ରତୀକ ଭାବୁଥିବା ବେଳେ କଳା ରଙ୍ଗ ପ୍ରତି ଏକ ଘୃଣ୍ୟ ଭାବନା ପ୍ରକାଶ କରିଥାନ୍ତି ।

କ

ବିଶେଷ କରି ବିବାହ ସମୟରେ ଶ୍ୟାମଳ ରଙ୍ଗର ମହିଳା ମାନଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ । ପୁଅ ଦେଖିବାକୁ ଯେମିତି ହେଉ ନା କାହିଁକି ସମସ୍ତଙ୍କର ଇଛା ଥାଏ ସୁନ୍ଦର୍ ବୋହୂ ଟିଏ ଆଣିବା ପାଇଁ । ଏବଂ ଏଠି ସୁନ୍ଦରତାର ଅର୍ଥ ଭଲ ଗୁଣ ନୁହେଁ ବରଂ ଗୋରା ରଙ୍ଗକୁ ବୁଝାଇ ଥାଏ ।

ତେବେ ଯଦି ଆପଣଙ୍କ ମନରେ ବି କଳା ଗୋରାର ଭେଦ ଭାବ ରହିଥାଏ ତେବେ ଏହାକୁ ତୁରନ୍ତ ନିଜ ମନରୁ ପୋଛି ଦିଅନ୍ତୁ । ନହେଲେ ଆପଣ ବି ଯାଇ ପାରନ୍ତି ଜେଲ୍ । ଓ ଆପଣଙ୍କ ନାମ ବି ଚଢ଼ି ପାରେ ଅପରାଧୀ ତାଲିକାରେ । 

ଏଣିକି ଯିଏ ମହିଳା ମାନଙ୍କ ରଙ୍ଗକୁ ନେଇ ଭେଦ ଭାବ କରିବ କିମ୍ବା କଟାକ୍ଷ କରିବ ସେମାନଙ୍କୁ ଅପରାଧୀ ଭାବେ ଗଣାଯିବ । ଏକ ମାମଲାର ଶୁଣାଣି ବେଳେ ମାନ୍ୟବର ଛତିଶଗଡ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି ମାମଲା ଅନୁସାରେ ସ୍ତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କର ରଙ୍ଗ ଶ୍ୟାମଳ ହେତୁ ତାଙ୍କ ସ୍ଵାମୀ ତାଙ୍କୁ ନିର୍ଯ୍ୟାତନା ଦିଅନ୍ତି ଓ ଅନେକ ସମୟରେ ତାଙ୍କ ରଙ୍ଗକୁ ନେଇ କଟାକ୍ଷ କରନ୍ତି । 

ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ସ୍ଵାମୀର ଏପରି କାର୍ଯ୍ୟକୁ ମଧ୍ୟ ଅପରାଧ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ତେବେ ପ୍ରତିଦିନ ଭାରତୀୟ ମହିଳା ମାନେ ଏହି ସମସ୍ୟାର ଶିକାର ହେଉଛନ୍ତି , ଯେଉଁଥି ପାଇଁ ଏକ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ରହିଛି ।