ଘରେ ଥିବା ବିଛାରୁ ଆପଣ ବି ଘରେ ବସି ହୋଇ ପାରିବେ ୮୫କୋଟି ଟଙ୍କାର ମାଲିକ! ଜାଣନ୍ତୁ କିପରି

 
Scorpion

ସାନ ସିନା ଦାନ ତା ମହାନ, ଏ କଥା ତ ଆପଣ ସମସ୍ତେ ଶୁଣିଥିବେ। ଏହି ପରେ ଆମ ଚତୁର୍ପାଶ୍ୱରେ ଅନେକ ଛୋଟ ବଡ଼ ଜୀବ ଜନ୍ତୁ ରହିଛନ୍ତି ଯେଉଁ ମାନେ ଆମ ଜାଣତ କିମ୍ୱା ଅଜାଣତରେ ଆମର ଅନେକ ଉପକାର କରିଥାନ୍ତି। ବେଳେ ବେଳେ ଆମେ ଭାବୁ ଭଗବାନ ମନୁଷ୍ୟ ସୃଷ୍ଟି କରିବା ସହିତ ଏହି ଜୀବ ଜନ୍ତୁ ମାନଙ୍କୁ କାହିଁକି ସୃଷ୍ଟି କରିଛନ୍ତି। ମଣିଷ ତ ଏକ ଏକା ସବୁ କରି ପାରିବ। ଏହି ଜୀବ ଜନ୍ତୁ ଙ୍କର କଣ ଆବଶ୍ୟକତା ରହିଛି। ଯଦି ଆପଣ ବାସ୍ତବରେ ଏପରି ଭାବୁଛନ୍ତି ତେବେ ଏହା ଭୁଲ୍।

Fy

ପରିବେଶରେ ମନୁଷ୍ୟର ଯେତିକି ଅବଦାନ ରହିଛି ସେତିକି ଅବଦାନ ପଶୁପକ୍ଷୀଙ୍କର ମଧ୍ୟ ରହିଛି। ମନୁଷ୍ୟର ଜୀବନ ଚର୍ଯ୍ୟାକୁ  ସହଜ   ଓ ସୁନ୍ଦର କରିବା ପାଇଁ ଅନେକ ସମୟରେ ଅନ୍ୟ ଜୀବ ଜନ୍ତୁ ମାନେ ବଳି ପଡ଼ି ଥାନ୍ତି। ଯେପରିକି କିଛି ଜିବଙ୍କ ଚମଡାରୁ ପୋଷାକ ପ୍ରସ୍ତୁତ ହେଉ ଥିବା ବେଳେ ଆଉ କିଛି ଜିବଙ୍କ ଠାରୁ ମାରାତ୍ମକ ରୋଗ ର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରା ଯାଇଥାଏ।

ଏହି ପରି ଏକ ଜୀବ ରହିଛି ଆପଣଙ୍କ ଚତୁର୍ପାର୍ଶ୍ୱରେ।ଅତି ଭଲ ଭାବରେ ଆପଣ ଜାଣନ୍ତି ତାକୁ। ଯାହାର ବିଷ ଟିକକ ମୂଲ୍ୟ ୮୫କୋଟିରୁ ଅଧିକ। କେବଳ ଦେଶରେ ନୁହେଁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଏହାର ଚାହିଦା ରହିଛି ଅଧିକ। ଜୀବ ଟିର ନାଆଁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କାରଣ ସେ ଜୀବ ଟି ଆପଣଙ୍କ ଘରେ ମଧ୍ୟ ରହି ଥାଇ ପାରେ।

Scorpion poison

ଜୀବ ଟିର ନାଆଁ ହେଉଛି ବିଛା। ଆଜ୍ଞା ହଁ ଏହି ବିଛାର ବିଷରେ ରହିଛି ଅନେକ ଉପକାରିତା। ଯାହା ବିଭିନ୍ନ ରୋଗ ପାଇଁ ଔଷଧ ଭଳି କାମ ଦେଇଥାଏ। ଯେପରି କି ଆସ୍ଥିୟୋ ଅର୍ଥୋରାଇଟିସ , ଇରିଟେବଲ ବୋବଲ୍ ସିଣ୍ଡ୍ରୋମ ଓ ମାଇ ଏସ୍ଥେନିଆ ଗ୍ରେଦିସ।ଏହି ସବୁ ରୋଗର ନିରାକରଣ ଦିଗରେ ବିଛାର ବିଷରୁ ପ୍ରସ୍ତୁତ କରା ଯାଇଥାଏ ଔଷଧ। ଗୋଟିଏ ବିଛା ପାଖରେ ସାଧାରଣତଃ ୨ମିଲି ଲିଟର ବିଷ ରହିଥାଏ। ଏହି ପରି ୧ଲିଟର ବିଛାର ବିଷର ମୂଲ୍ୟ ଆନ୍ତର୍ଜାତିକ ବଜାର ରେ ୧୦କୋଟି ଡଲାର ରହିଛି। ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୮୫କୋଟିରୁ ଅଧିକ।