ଅକ୍ଷୟ ତୃତୀୟାରେ ହେବ ମାଁ ଲକ୍ଷ୍ମୀଙ୍କ କୃପା, ହେବ ଧନ ର ବର୍ଷା, ଘରକୁ ନେଇ ଆଣନ୍ତୁ ଏହି ସବୁ ଜିନିଷ
ଚଳିତ ବର୍ଷ ମେ ୧୦ ୨୦୨୪ ରେ ପାଳିତ ହେବାକୁ ଯାଉଛି ଅକ୍ଷୟ ତୃତୀୟା । ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଏକ ବିଶେଷ ମହତ୍ତ୍ଵ ରହିଛି । ଏହି ଦିନ ମା ଲକ୍ଷ୍ମୀଙ୍କର ବିଶେଷ ପୂଜାର୍ଚ୍ଚନା କରା ଯାଇଥାଏ । ଏହା ସହିତ ଏହି ଦିନ ସୁନା , ରୂପା , ସମ୍ପତ୍ତି ଆଦି କିଣିବା ଶୁଭ ମନେ କରାଯାଇଥାଏ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଧାର୍ମିକ ବିଶ୍ୱାସ ଅନୁସାରେ , ଆପଣ ଯଦି ଅକ୍ଷୟ ତୃତୀୟା ଦିନ ଆଲମିରାରେ ବା ଟଙ୍କା ରଖୁଥିବା ସ୍ଥାନରେ ଏହି ସବୁ ଜିନିଷ ରଖୁଛନ୍ତି ତେବେ ବର୍ଷ ସାରା ଆପଣଙ୍କ ପାଖରେ ଅର୍ଥର ଅଭାବ ରହିବ ନାହିଁ । ତେବେ ଜାଣନ୍ତୁ କଣ ରହିଛି ସେହି ସବୁ ଜିନିଷ.....
ହଳଦୀ ଓ କଉଡ଼ି :
ହଳଦୀ ବିଷ୍ଣୁଙ୍କ ପ୍ରତୀକ ହୋଇଥିବା ବେଳେ କଉଡ଼ି ମା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ । ଅକ୍ଷୟ ତୃତୀୟା ଦିନ ହଳଦୀ ସହିତ କଉଡ଼ିକୁ ଏକ ମୋଟା ହଳଦିଆ କପଡ଼ାରେ ଗୁଡ଼ାଇ ନିଜ ଅର୍ଥ ରଖିବା ସ୍ଥାନରେ ରଖନ୍ତୁ ।
ଚାନ୍ଦି ଟଙ୍କା :
ଏହି ଦିନ ଚାନ୍ଦି ଟଙ୍କା କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ କିଣି ମା ଲକ୍ଷ୍ମୀଙ୍କ ନିକଟରେ ପୂଜା କରିବା ସହିତ ଏକ ନାଲି କପଡ଼ାରେ ଗୁଡ଼ାଇ ଟଙ୍କା ରଖିଥିବା ସ୍ଥାନରେ ରଖନ୍ତୁ ।
ଅପରାଜିତା ଗଛର ଚେର :
ଅକ୍ଷୟ ତୃତୀୟା ଦିନ ଅପରାଜିତା ଗଛର ଚେରକୁ ଗଙ୍ଗା ଜଳରେ ଧୋଇ ଏଥିରେ ସିନ୍ଦୁର ଚନ୍ଦନ ଲଗାଇ ଅର୍ଥ ରଖୁଥିବା ସ୍ଥାନରେ ରଖନ୍ତୁ । ଏହା ପରେ ଆପଣ ବର୍ଷ ସାରା ଅର୍ଥର ଅଭାବ ଦେଖିବେ ନାହିଁ ।