ଦେଖନ୍ତୁ ଭାଇରାଲ ଭିଡ଼ିଓ: ଟୋସ୍ଟ ଉପରେ ପାଦ ରଖିବା ସହ ଏହାକୁ ଅଇଁଠା କରି ପ୍ୟାକ୍ କରୁଛନ୍ତି କର୍ମଚାରୀ, ଏବଂ...

 
Toast

କରୋନା ଅବଧି ସମୟରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ, ଏହିପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ଖଳ ପ୍ରକୃତିର ଲୋକେ ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇ ଏହାକୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ସୋସିଆଲ ମିଡିଆରେ ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲାବେଳେ ଅନେକ କ୍ଷେତ୍ରରେ ଲୋକମାନେ ମଧ୍ୟ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।

Spitting

ସମ୍ପ୍ରତି, ଏହିପରି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଟୋଷ୍ଟ କାରଖାନାରେ କାମ କରୁଥିବା ଶ୍ରମିକମାନେ ଏପରି କିଛି କରୁଛନ୍ତି ଯାହାକୁ ଦେଖିବା ପରେ ଆପଣ ଟୋଷ୍ଟ କିଣିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ବାଧ୍ୟ ହେବ ନିଶ୍ଚିତ। ବାସ୍ତବରେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ, କାରଖାନାର କିଛି କର୍ମଚାରୀ ଟୋଷ୍ଟ ଗୁଡିକୁ ପ୍ୟାକ୍ କରିବା ପୂର୍ବରୁ ଏହାକୁ ପାଦ ତଳେ ରଖିବା ସହ ଚାଟୁଥିବାର ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡ଼ିଓ:-

ସୋସିଆଲ ମିଡିଆରେ ଏହି ଭିଡିଓଟିକୁ "giedde" ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ଏଥିରେ ଏପର୍ଯ୍ୟନ୍ତ ୪୨ ହଜାରରୁ ଅଧିକ ଭିୟୁ ଆସି ସାରିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏପରି କୁକର୍ମ କରୁଥିବା କାରଖାନା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରୁଛନ୍ତି। ତେବେ, ଭିଡ଼ିଓଟି କେଉଁ ସ୍ଥାନର ଏବଂ ସେମାନେ ଏପରି କଣ ପାଇଁ କରୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।