ଏହି କୋଟିପତି ମହିଳା ଅମର ହୋଇ ରହିବା ପାଇଁ କଲେ ଏଭଳି ପ୍ଲାନ୍, ଯଦି ଏମିତି ହୁଏ ତେବେ ଭଗବାନଙ୍କୁ ମଣିଷ କରିବ ଚ୍ୟାଲେଞ୍ଜ

 
Linda

ଯଦି ଆପଣଙ୍କୁ କେହି ଜଣେ ପଚାରନ୍ତି ଯେ ମଣିଷ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ। ତେବେ, ଆପଣ କଣ ଉତ୍ତର ଦେବେ? ନିଶ୍ଚିତ ଭାବରେ ଆପଣଙ୍କ ଉତ୍ତର ୭୦ କିମ୍ବା ଅଧିକରୁ ଅଧିକ ୧୦୦ ବର୍ଷ ପର୍ଯ୍ୟନ୍ତ ହୋଇପାରିବ। କିନ୍ତୁ, ଆମେରିକାର ଲିଣ୍ଡା ନାମକ ଜଣେ ମହିଳା ହଜ଼ାର ହଜ଼ାର ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହାଁନ୍ତି। ତେବେ, ଲିଣ୍ଡାଙ୍କର ବଞ୍ଚି ରହିବାର ଉପାୟ ମଧ୍ୟ ବେସ୍ ରୋଚକ ଅଟେ।

Freezing facilities

ପ୍ରକୃତରେ ଲିଣ୍ଡା କିଛି ବୈଜ୍ଞାନିକ, ଡାକ୍ତର ଏବଂ ପ୍ରଫେସରମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଲିଣ୍ଡାଙ୍କର ଯୋଜନା ମୁତାବକ ତାଙ୍କର ମୃତ୍ୟୁ ପରେ ପରେ ଏହି ଡାକ୍ତରମାନେ ତାଙ୍କର ମୃତ ଶରୀରକୁ ଫ୍ରିଜରରେ ଡ଼ି-ଫ୍ରିଜ୍ କରି ରଖି ଦେବେ। ତେବେ, ପରେ ଯେବେ ବିଜ୍ଞାନ ବହୁତ ଆଗକୁ ବଢିଯିବ ସେବେ ବୈଜ୍ଞାନିକ ଏବଂ ଡାକ୍ତରମାନେ ତାଙ୍କର ମର ଶରୀରକୁ ଜୀବିତ କରାଇ ଦେବେ।

Linda

କେବଳ ଏତିକି ନୁହେଁ ବରଂ ଦୁନିଆର ଅନେକ ଲୋକପ୍ରିୟ ବ୍ୟକ୍ତିବିଶେଷ ଏହି କାମରେ ଲିଣ୍ଡାଙ୍କ ସହିତ ହାତ ମିଶାଇଛନ୍ତି। ଏହି ପ୍ରୋଜେକ୍ଟରେ ମିଶିବା ପାଇଁ ଏହି ବ୍ୟକ୍ତିମାନେ ଲିଣ୍ଡାଙ୍କୁ ପ୍ରାୟ ୨୦,୦୦୦ ଡଲାର ଦେଇଥିବା ଜଣାଯାଏ। ତାଙ୍କ କହିବା ଅନୁଯାଇ ଯଦି ଜଣେ ବ୍ୟକ୍ତିଙ୍କର ହୃତପିଣ୍ଡକୁ ୨୦୨୧ ମସିହାରେ ବଦଳାଇ ଦିଆଯିବ ତେବେ ସେହି ବ୍ୟକ୍ତିଙ୍କୁ ୨୨୦୧ ମସିହାରେ ପୁନଃ ଜୀବିତ କରାଯାଇ ପାରିବ।