ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଖୋଜ ଯବାନ ପତ୍ନୀଙ୍କ ଗୁହାରି,"ଅଭିନନ୍ଦନଙ୍କ ପରି ଫେରାଇ ଆଣନ୍ତୁ ମୋ ସ୍ୱାମୀକୁ", ପଢନ୍ତୁ ସମ୍ପୂର୍ଣ ଖବର 

 
ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଖୋଜ ଯବାନ ପତ୍ନୀଙ୍କ ଗୁହାରି,"ଅଭିନନ୍ଦନଙ୍କ ପରି ଫେରାଇ ଆଣନ୍ତୁ ମୋ ସ୍ୱାମୀକୁ", ପଢନ୍ତୁ ସମ୍ପୂର୍ଣ ଖବର

ଛତିଶଗଡର ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ରେ ଅନେକ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ତେବେ ସହିଦ ଯବାନ ମାନଙ୍କୁ ଉକ୍ତ ସ୍ଥାନ ରୁ ସ୍ଥାନାନ୍ତର କରାଯାଇ ଥିଲେ ମଧ୍ୟ କୋବ୍ରା ବ୍ୟାଟାଲିୟନର ଜଣେ ଯବାନ ରକେଶ୍ୱର ସିଂ ମନହସ ଏବେ ମଧ୍ୟ ନିଖୋଜ ଥିବା ଜଣାପଡିଛି।

ଏଥିନେଇ ବିଜାପୁର ଏସପି କମଲ ଲୋଚନ କହିଛନ୍ତି ଯେ ଏହି ଯବାନଙ୍କ ବିଷୟରେ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ତେବେ ଏହି ସମୟରେ, ନକ୍ସଲମାନେ ଦାବି କରିଛନ୍ତି ଯେ ନିଖୋଜ ଯବାନ ରାକେଶ୍ୱର ସେମାନଙ୍କ ଅଧୀନରେ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି।  ନକ୍ସଲମାନଙ୍କ ଏହି ଦାବି ପରେ ଯବାନଙ୍କ ପତ୍ନୀ ମେନୁ ମାନହସଙ୍କ ଏକ କୋହ ଭରା ବିବୃତ୍ତି ସାମ୍ନା କୁ ଆସିଛି।

ଯବାନଙ୍କ ପତ୍ନୀ ମେନୁ ମାନହସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରି କହିଛନ୍ତି ଯେ, 'ମୋ ସ୍ୱାମୀଙ୍କୁ ଫେରାଇ ଆଣ, ଯଦି ସେ ସୁରକ୍ଷିତ ଅଛନ୍ତି ତେବେ ତାଙ୍କୁ ଫେରାଇ ଆଣ। ଠିକ୍ ଯେପରି ଅଭିନନ୍ଦନଙ୍କୁ ପାକିସ୍ତାନରୁ ଫେରାଇ ଅଣାଯାଇଥିଲା, ସେହିପରି ମୋ ସ୍ୱାମୀକୁ ଫେରାଇ ଆଣ।' ରାକେଶ୍ୱରଙ୍କ ସହ ଶୁକ୍ରବାର ରାତି ପ୍ରାୟ ୯.୩୦ ବେଳେ ଶେଷ ଥର ପାଇଁ କଥା ହୋଇଥିଲେ ବୋଲି କହିଛନ୍ତି ମେନୁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶନିବାର ଦିନ ହୋଇଥିବା ଏହି ନକ୍ସାଲି ଆକ୍ରମଣରେ ପ୍ରାୟ ୨୩ ଜଣ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୩୧ ଜଣ ଯବାନ ଆହତ ହୋଇଛନ୍ତି ବୋଲି ଜଣା ପଡ଼ିଛି।