ଫେସିଆଲ୍ କ୍ରିମର କଳା କାହାଣୀ! ଗୋରା କରିବା ଫେସକ୍ରିମ ମହିଳାଙ୍କୁ କରିଦେଲା ଏମିତି, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Mahila gora

ନିଜ ତ୍ୱଚାର ସୁନ୍ଦରତା ବଢାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଫେସିଆଲ୍ କ୍ରିମ ବ୍ୟବହାର କରିଥାନ୍ତି। କିନ୍ତୁ ବେଳେ ବେଳେ ଏହାର ପାର୍ଶ୍ୱପ୍ରତିକ୍ରିୟା ହେତୁ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍‌ଏସି ଅନ୍ତର୍ଗତ ଗୁଲାପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଯେଉଁଠାରେ ଫେସ୍‌ପ୍ୟାକ୍‌ କ୍ରିମ୍‌ ମୁହଁରେ ଲଗାଇ ଜଣେ ମହିଳାଙ୍କୁ ନିଜର ଦୃଷ୍ଟି ଶକ୍ତି ହରାଇବାକୁ ପଡିଛି।

ସମ୍ପୂର୍ଣ୍ଣ ଘଟଣା ଅନୁଯାଇ କିଛି ଦିନ ତଳେ ଗୁଲାପଡ଼ାର ଶ୍ରବଣ ସେବକ ନିଜ ପତ୍ନୀ ସୁମିତ୍ରା ସେବକ (୨୬)ଙ୍କୁ ଏକ ଫେସ୍‌ପ୍ୟାକ୍‌ କ୍ରିମ୍ କିଣି ଆଣିଦେଇଥିଲେ। ଏହାକୁ ସୁମିତ୍ରା କିଛି ଦିନ ଲଗାଇବା ପରେ ତାଙ୍କର ଦୃଷ୍ଟି ଶକ୍ତି କମିବାକୁ ଲାଗିଥିଲା। ଏଥିସହିତ ତାଙ୍କର ମୁହଁ ଲାଲ୍ ପଡ଼ିଯିବା ସହିତ ଫୁଲିଯାଇଥିଲା।

ଏହାପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବିନିକା ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଶ୍ରୀ ଶ୍ରବଣ ସେବକ ଏହି କ୍ରିମ୍‌ କୁ ବାଞ୍ଜିପାଲିର ଏକ ଦୋକାନରୁ କିଣିଥିବା ପ୍ରକାଶ କରିଛନ୍ତି।