ଦେଖନ୍ତୁ ଭିଡ଼ିଓ: ରେଷ୍ଟୁରାଣ୍ଟରେ ଖାଇବାକୁ ଆସିଥିଲେ ଚିକେନ୍ ବର୍ଗର, ଖାଇଲା ବେଳେ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି

 
Burger

ରେଷ୍ଟୁରାଣ୍ଟ ଆସି ଅର୍ଡର କରିଥିଲେ ଚିକେନ୍ ବର୍ଗର କିନ୍ତୁ ଖାଇବା ବେଳକୁ ବର୍ଗରରେ ମିଶିଥିଲା ମଣିଷ ମାଂସ। ଆପଣଙ୍କୁ କଥାଟି ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚିତ କିନ୍ତୁ ବୋଲିଭିଆର ଏକ ରେଷ୍ଟୁରାଣ୍ଟରେ ଏହିଭଳି ଏକ ଅଜବ ଘଟଣା ଘଟିଛି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପ୍ରକୃତରେ ଏଠାକୁ ଆସି ଜଣେ ମହିଳା ବର୍ଗର ଅର୍ଡର କରିଥିବା ବେଳେ ସେଥିମଧ୍ୟରୁ ଏକ ମଣିଷ ଆଙ୍ଗୁଠି ମିଳିଥିଲା ଯାହାର ଫୋଟୋ ଏବେ ଭାଇରାଲ ହେଉଛି।

Burger

ଖବର ମୁତାବକ ବୋଲିଭିୟାରେ ରହୁଥିବା ଏଷ୍ଟେଫନୀ ବେନିଟେଜ୍‌ ଏକ ଫାଷ୍ଟ ଫୁଡ୍‌ ରେଷ୍ଟୁରାଣ୍ଟକୁ ବର୍ଗର ଖାଇବାକୁ ଯାଇଥିଲେ। ସେଠାରେ ସେ ଏକ ଚିକେନ୍ ବର୍ଗର ଅର୍ଡର କରିଥିଲେ। ବର୍ଗର ଖାଇବା ସମୟରେ ତାଙ୍କ ପାଟିରେ କିଛି ଟାଣୁଆ ଜିନିଷ ବାଜିଥିଲା। ଯାହାକୁ ଦେଖିବା ପରେ ସେ ନିଜ ଆଖିକୁ ଵିଶ୍ଵାସ କରିପାରିନଥିଲେ। ପ୍ରକୃତରେ ବର୍ଗରରୁ ବାହାରିଥିବା ଜିନିଷଟି ଏକ ମଣିଷର କଟା ଆଙ୍ଗୁଠି ଥିଲା।

ଦେଖନ୍ତୁ ଭିଡ଼ିଓ:

ଏଷ୍ଟେଫନୀ ବେନିଟେଜ୍‌ ଏହା ବିଷୟରେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଅବଗତ କରାଇବା ସହ ଏହାର କିଛି ଫୋଟୋ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ଜଣେ କର୍ମଚାରୀଙ୍କ ଆଙ୍ଗୁଠି କଟି ମିଟ୍‌ ଗ୍ରାଇଣ୍ଡର ଭିତରେ ପଡ଼ି ଯାଇଥିଲା ଯାହାକୁ ଭୁଲବଶତଃ ବର୍ଗରରେ ଷ୍ଟଫ୍‌ କରି ପ୍ୟାକ୍‌ କରି ଦିଆଯାଇଥିଲା ବୋଲି କମ୍ପାନୀ ତରଫରୁ କୁହାଯାଇଛି। ତେବେ ଏହାରି ଭିତରେ ସ୍ଥାନୀୟ ପ୍ରଶାସନ ରେଷ୍ଟୁରାଣ୍ଟ ଉପରେ ଜରିମାନା ଲଗାଇବା ସହ ଉକ୍ତ ବ୍ରାଞ୍ଚକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।