ଲୁଡୋ ଖେଳୁ ଖେଳୁ ପାକିସ୍ତାନ ପୁଅ ପ୍ରେମରେ ପଡିଲେ ଭାରତୀୟ ବିବାହିତ ମହିଳା, ସ୍ୱାମୀ ପରିବାର ଛାଡ଼ି ପାକିସ୍ତାନ ଯିବାକୁ ବାହାରିଲେ ଆଉ ତାପରେ..

 
Pakistani bf

ଅନଲାଇନ ଲୁଡୋ ଖେଳୁ ଖେଳୁ ବିବାହିତା ମହିଳାଙ୍କୁ ପାକିସ୍ତାନୀ ଯୁବକଙ୍କ ସହିତ ହୋଇଗଲା ପ୍ରେମ। ଘର ପରିବାର ଛାଡ଼ି ପାକିସ୍ତାନ ଯିବାକୁ ବାହାରିଥିବା ବେଳେ ଧରିନେଲା ପୋଲିସ। ଘଟଣାଟି ଶୁଣିବାକୁ କୌଣସି ସିନେମାର ସଂଳାପ ପରି ଲାଗୁଥିଲେ ହେଁ ରାଜସ୍ଥାନ ଧୌଲପୁର ଠାରେ ଘଟିଯାଇଛି ଏପରି ଏକ ଘଟଣା। ତେବେ, ପୋଲିସ ଉକ୍ତ ମହିଳାଙ୍କୁ ଅମୃତସର ଠାରୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଛି।

Ludo

ଘଟଣା ମୁତାବକ ମହିଳା ଜଣକ ବିବାହିତା ହୋଇଥିବା ବେଳେ ତାଙ୍କର ଏକ ଦୁଇ ବର୍ଷର ସନ୍ତାନ ମଧ୍ୟ ରହିଛି। ତେବେ, କିଛି ମାସ ହେବ ସେ ଅନଲାଇନ ଲୁଡୋ ଗେମ୍ ଖେଳି ଆସୁଥିଲେ। ଏହି ଗେମ୍ ଖେଳୁଥିବା ସମୟରେ ତାଙ୍କର ଅଲ୍ଲୀ ନାମକ ଜଣେ ପାକିସ୍ତାନୀ ଯୁବକଙ୍କ ସହିତ ସାକ୍ଷାତ ହୋଇଥିଲା। ପ୍ରଥମେ ସେମାନେ ବନ୍ଧୁ ହେବାପରେ ଧୀରେ ଧୀରେ ଏହା ପ୍ରେମ ସମ୍ପର୍କ ଆଡକୁ ଗତି କରିଥିଲା। ପରେ ଉଭୟେ ଫୋନ ନମ୍ବର ଏବଂ ହ୍ଵାଟ୍ସଆପ ନମ୍ବର ଅଦଳ ବଦଳ କରିଥିଲେ।

Arrested

ଏହାରି ଭିତରେ ପ୍ରେମ ପାଗଳାମୀ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ମହିଳା ଜଣକ ପରିବାର ଛାଡ଼ି ଅଲ୍ଲୀଙ୍କ ପାଖକୁ ଯିବାପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଅଲ୍ଲୀ ତାଙ୍କୁ ଅଟ୍ଟାରୀ ବାର୍ଡର ପାଖକୁ ଡାକିଥିଲା। ମହିଳା ଜଣକ ଗତ ବୁଧବାର ଦିନ ସ୍ୱାମୀ, ସନ୍ତାନ ଏବଂ ପରିବାର ଛାଡି ପଞ୍ଜାବ ଅମୃତସର ଠାରେ ପହଞ୍ଚିଥିଲେ। ସେଠାରେ ସେ ଅଟ୍ଟାରୀ ପାଇଁ ଅଟୋ ଖୋଜୁଥିବା ବେଳେ ସ୍ଥାନୀୟ ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହୋଇଥିଲା। ମହିଳାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସମସ୍ତ ଖବର ସାମ୍ନାକୁ ଆସିଥିଲା।