ସ୍ୱାମୀ ମଦୁଆ ଥିବାରୁ ଶ୍ବଶୁର ସହ ଗଢିଉଠିଲା ପ୍ରେମ, ଶ୍ବଶୁର ସହ ବୋହୂ ହୋଇଗଲା ଫେରାର୍, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sasur bohu

ସ୍ୱାମୀକୁ ଛାଡି ଶ୍ୱଶୁର ସହ ବୋହୂ ଫେରାର। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଉତ୍ତରପ୍ରଦେଶର ବଦାୟୁରୁ ଏହିପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ନିଜ ମଦ୍ୟପ ସ୍ୱାମୀକୁ ଛାଡ଼ି ଜଣେ ମହିଳା ଶ୍ବଶୁରଙ୍କୁ ବିବାହ କରିଥିଲେ। ଉଭୟେ ଘର ଛାଡ଼ି ଫେରାର ହୋଇଯାଇଥିବା ବେଳେ ଏବେ ଏକ ଛୁଆକୁ ଧରି ଘରକୁ ଫେରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

Sasur bohu

ମିଳିଥିବା ସୂଚନା ଅନୁଯାଇ ଯୁବତୀ ଜଣକ ୨୦୧୬ ମସିହାରେ ବଦାୟୁ ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ, ସ୍ୱାମୀ ପ୍ରାୟତଃ ନିଶା ସେବନ କରୁଥିବାରୁ ଦମ୍ପତ୍ତିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ସ୍ୱାମୀ ସହ ସମ୍ପର୍କ ଭଲ ନଥିବା ବେଳେ ନିଜ ଶ୍ୱଶୁରଙ୍କ ଆଡକୁ ଢ଼ଳି ଯାଇଥିଲେ ଏହି ମହିଳା।

Badayu police station

ପରେ ସ୍ବାମୀକୁ ଛାଡ଼ପତ୍ର ଦେଇ ଶ୍ୱଶୁର ବୋହୂ ବିବାହ କରି ଫେରାର ହୋଇଯାଇଥିଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ସେମାନେ ଘରକୁ ନ ଆସି ଫେରାର ରହିଥିବା ବେଳେ ଏବେ ପୁଣି ଘରକୁ ଫେରିଥିବା ସୂଚନା ମିଳିଛି। ଫେରିବାବେଳେ ସେମାନେ ନିଜ ସହିତ ଏକ ସନ୍ତାନ ଆଣିଥିବା ମଧ୍ୟ ଜଣାପଡିଛି।

From around the web