ଦେଖନ୍ତୁ ଭିଡ଼ିଓ: ଆହାର କେନ୍ଦ୍ରରେ ମିଳୁଥିଲା ନିମ୍ନ ମାନର ଖାଦ୍ୟ! ବିରୋଧ କରିବାରୁ ଯୁବତୀ ଖାଇଲେ ମାଡ଼….

 
Ahar kendra

ସ୍ୱଳ୍ପ ଦରରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ତେବେ, ବିଭିନ୍ନ ଏସ୍‌ଏଚ୍‌ଜି ଗ୍ରୁପ୍ ଗୁଡିକ ଦ୍ୱାରା ଏହାକୁ ପରିଚାଳନା କରାଯାଉଥିବା ବେଳେ ଅନେକ ଆହାର କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଛି।

ତେବେ, ଏହାକୁ ପ୍ରତିବାଦ କରିବାରୁ ଜଣେ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ୧୯ ନମ୍ବର ୱାର୍ଡରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାଇ ସୁଶ୍ରୀ ସଙ୍ଗୀତାମହାରଣା ନାମକ ଜଣେ ଯୁବତୀ ଏଠାକୁ ଖାଇବାକୁ ଆସିଥିଲେ। ତେବେ, ସେଠାରେ ଅପରିଷ୍କାର ପରିବେଶ ଏବଂ ନିମ୍ନମାନର ଖାଦ୍ୟକୁ ଦେଖି ସେ ଏହାର ବିରୋଧ କରିଥିଲେ।କିନ୍ତୁ, ସେଠାରେ ଦାୟିତ୍ୱରେ ଥିବା ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ନିଜ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ। ଭିଡ଼ିଓ କରିବା ପାଇଁ ଫୋନ ବାହାର କରିବାରୁ ସେମାନେ ଏହାକୁ ଫୋପାଡ଼ି ଦେବାକୁ ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି। ଏଥିନେଇ ସୁଶ୍ରୀ ସଙ୍ଗୀତା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।