ବନ୍ଧା ହେଲେ ଫେସବୁକ୍ ସୁନ୍ଦରୀ, ଫେକ୍ ଆକାଉଣ୍ଟ କରି ଏଭଳି ପୁଅଙ୍କ ଠାରୁ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା, ଦେଖନ୍ତୁ ଭିଡ଼ିଓ

 
Facebook sundari

ଫେସବୁକରେ ଖୋଲିଥିଲେ ଫେକ୍ ଆକାଉଣ୍ଟ। ଏହି ଆକାଉଣ୍ଟ ଗୁଡିକରେ ନକଲି ଫୋଟୋ ଅପଲୋଡ଼ କରିବା ସହ ଏହା ସାହାଯ୍ୟରେ ଯୁବକମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ ଏହି ଯୁବତୀ। ଏହା ଅନ୍ୟ କୌଣସି ବଡ଼ ସହରର ଘଟଣା ନୁହେଁ ବରଂ ଖୋଦ୍ ଭୁବନେଶ୍ୱରରୁ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ପୋଲିସ ଏହି ମାମଲାର ମାଷ୍ଟରମାଇଣ୍ଡ ଥିବା ଯୁବତୀଙ୍କୁ ମଧ୍ୟ ଗିରଫ କରିଛି। 

Fake fb account

ମିଳିଥିବା ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ବାଣପୁରର ନାଚୁଣୀ ଅଞ୍ଚଳର ପ୍ରିୟଙ୍କା ପ୍ରିୟଦର୍ଶୀନି ପରିଡ଼ା ଫେସ୍‌ବୁକ୍ ଓ ହ୍ୱାଟ୍ସଆପ୍‌ରେ ଅନେକ ନକଲି ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟ ଗୁଡିକରେ ଅନ୍ୟ ସୁନ୍ଦରୀ ଯୁବତୀମାନଙ୍କର ଫୋଟୋ ଅପଲୋଡ଼ କରିବା ସହ ନକଲି ନାଁ ମଧ୍ୟ ଦେଉଥିଲେ। କେତେବେଳେ ନିଜକୁ ବିୟୁଟିସିଆନ ତ କେତେବେଳେ ଡାକ୍ତରୀ ଛାତ୍ରୀ ବୋଲି ପରିଚୟ ଦେଇ ସେ ଯୁବକମାନଙ୍କୁ ନିଜ ଜାଲରେ ଫସାଇ ଦେଉଥିଲେ। ସେ ଏହିପରି କାରନାମା କରି ପ୍ରାୟ ୧୦ ଜଣ ଯୁବକଙ୍କୁ ନିଜ ଜାଲରେ ଫସାଇବା ସହ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Cash

ତେବେ, ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ପ୍ରିୟଙ୍କା ନିଜକୁ ଆଦ୍ୟାସା ସାମନ୍ତରାୟ ବୋଲି ପରିଚୟ ଦେବା ସହ ଜଣେ ଯୁବକଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ନିଜକୁ ଡାକ୍ତରୀ ଛାତ୍ରୀ ବୋଲି ପରିଚୟ ଦେବା ପରେ ବିଭିନ୍ନ ଆଳ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ ପ୍ରିୟଙ୍କା। ପରବର୍ତ୍ତୀ ସମୟରେ ଯୁବକଙ୍କୁ ପଇସା ନ ଫେରାଇ ଆକାଉଣ୍ଟ ବ୍ଲକ୍ କରିଦେଇବାରୁ, ଯୁବକ ଜଣକ ଏଥିନେଇ ସହିଦନଗର ଥାନାରେ ଏତଲା ଦେଇଥିଲେ।

Mahila

ଏତଲାକୁ ଆଧାର କରି ପୋଲିସ ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ କରିବା ସମୟରେ ପୋଲିସ ପ୍ରିୟଙ୍କାଙ୍କ ଠାରୁ ନଗଦ ୬୦ ହଜ଼ାର ଟଙ୍କା, ମୋବାଇଲ ଏବଂ ଅନେକ ଫେକ୍ ଆଇଡ଼ି ଜବତ କରିଛି। ଏହି ମାମଲାରେ ଯୁବତୀ ଜଣକ ଆହୁରି ଅନେକ ଯୁବକଙ୍କୁ ଏହିଭଳି ଭାବରେ ଠକିଥିବା ଅଭିଯୋଗ ହେବାପରେ ସେମାନେ ମଧ୍ୟ ଥାନାକୁ ଆସି ଏତଲା ଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଦେଖନ୍ତୁ ଭିଡ଼ିଓ: