ଏହି ମହିଳାଙ୍କ ଅଜବ ଦାବି, କହିଲେ ମୁ ପ୍ରଥମ ଦେଖା ରେ ଏଲିଅନ୍ କୁ ଭଲ ପାଇଲି, "ପୃଥିବୀର ପୁରୁଷଙ୍କ ଠାରୁ ବହୁ ଗୁଣରେ ଭଲ ଏଲିଅନ୍…

 
woman an alian

ଦୁନିଆ ଏବେ ମଧ୍ୟ ଏଲିଅନମାନଙ୍କ ଅସ୍ତିତ୍ୱକୁ ନେଇ ସନ୍ଦେହ ଘେରରେ ରହିଛି। କେହି କେହି ଏଲିଅନମାନେ ଅଛନ୍ତି ବୋଲି ବିଶ୍ୱାସ କରୁଥିବା ବେଳେ କେତେକ ଲୋକେ ଏହାକୁ ମନଗଡ଼ା କାହାଣୀ ବୋଲି ବିଶ୍ୱାସ କରିଥାନ୍ତି। କିନ୍ତୁ ବର୍ତ୍ତମାନ ଜଣେ ବ୍ରିଟିଶ ମହିଳା ଏକ ଅଜବ ଦାବି କରିଛନ୍ତି ଯେଉଁଥିରେ ସେ ଏକ ଏଲିଅନ କୁ ଭେଟିଥିବା ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରେମ କରୁଥିବା କହିଛନ୍ତି।

ଆବି ବେଲା ନାମକ ଏହି ମହିଳା ଏପରି ଏକ ଅଜବ ଦାବି କରିଛନ୍ତି। ସେ କହିବା ମୁତାବକ ତାଙ୍କୁ ଏଲିଅନମାନେ ତାଙ୍କ ବେଡ୍ ରୁମରୁ ଅପହରଣ କରି ନେଇଥିଲେ। ପେସାରେ ଜଣେ ଅଭିନେତ୍ରୀ ଥିବା ଆବି ବେଲା ନିଜ ପ୍ରତିକ୍ରିୟାରେ ପୃଥିବୀର ପୁରୁଷ ମାନଙ୍କୁ ସେ ଘୃଣା କରନ୍ତି ଏବଂ ଏଲିଅନମାନେ ସେମାନଙ୍କ ଠାରୁ ବହୁତ ଭଲ ବୋଲି ଦାବି କରିଛନ୍ତି।

ଆବିଙ୍କ କହିବା ମୁତାବକ ଦିନେ ରାତିରେ ସେ ତାଙ୍କ ଶୋଇବା ଘରେ ଝରକା ଖୋଲି ବସିଥିଲେ। ସେତିକିବେଳେ ତାଙ୍କ ଘର ବାହାରେ ଏକ UFO ଦେଖା ଦେଇଥିଲା ଏବଂ UFO ଭିତରୁ ଆସୁଥିବା ଏକ ଉଜ୍ଜ୍ୱଳ ଆଲୋକ ତାଙ୍କୁ ତା ଭିତରକୁ ନେଇଯାଇଥିଲା। ଆବି ଦାବି କରିଛନ୍ତି ଯେ UFO ଭିତରେ ୫ ଜଣ ଏଲିଏନ୍ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମଣିଷ ପରି ଦେଖାଯାଉଥିଲେ ମଧ୍ୟ ମଣିଷଙ୍କ ଅପେକ୍ଷା ସେ ବହୁତ ଲମ୍ବା ଏବଂ ପତଳା ଥିଲେ। ଏଲିଅନ୍ ମାନେ ଆଣ୍ଡ୍ରୋମିଡା ଗାଲାକ୍ସିରୁ ଆସିଥିଲେ ବୋଲି ସେ ଦାବି କରିଛନ୍ତି।

ଆବି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, 'UFO ଭିତରେ ଜଣେ ଏଲିଅନ୍ ଥିଲେ ଯିଏ ମୋ ସହ କଥା ହୋଇଥିଲେ। ,ଏପରିକି ସେ ମତେ ନିଜ ସହ ନେଇଯିବା ପାଇଁ ମୋର ଅନୁମତି ମଧ୍ୟ ମାଗିଥିଲେ କିନ୍ତୁ କଲେ ସେ ମତେ ସବୁଦିନ ପାଇଁ ନେଇଯିବେ ସେଥିପାଇଁ ଭୟରେ ମୁଁ ମନା କରିଦେଇଥିଲି'। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଲିଅନ୍ ମାନଙ୍କ ପାଖରୁ ପ୍ରାୟ ୨୦ ମିନିଟ୍ ପରେ ସେ ପୂର୍ବ ଲଣ୍ଡନରେ ଥିବା ନିଜ ଘରକୁ ଫେରିଥିଲେ। ଏଥିସହିତ ସେ ପୁଣି ଏଲିଅନ୍ ମାନଙ୍କୁ ଦେଖା କରି ସେମାନଙ୍କ ସହ ଆଣ୍ଡ୍ରୋମିଡା ଗାଲାକ୍ସି ଯିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।