ଦିନ ଅପେକ୍ଷା ରାତିରେ କାହିଁକି ଦ୍ରୁତ ଗତିରେ ଚାଲେ ଟ୍ରେନ୍? ଜାଣନ୍ତୁ ଏହା ପଛରେ ଥିବା କାରଣ

 
Train

ଭାରତ ପାଖରେ ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ରେଳ ନେଟୱାର୍କ ରହିଛି। ଭାରତର ରେଳ ନେଟୱାର୍କ ୬୮,୬୦୦ କିମି ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଆମେରିକାର ରେଳ ନେଟୱାର୍କ ୨,୫୦,୦୦୦ କିମି ପର୍ଯ୍ୟନ୍ତ ବ୍ୟାପିଛି। ଲକ୍ଷ ଲକ୍ଷ ଲୋକେ ଏହି ରେଳ ନେଟୱାର୍କ ଦ୍ୱାରା ଯିବାଆସିବା କରୁଥିବା ବେଳେ ବ୍ରିଟିଶ ଶାସନ କାଳରେ ହିଁ ଭାରତରେ ଏହାର ଶୁଭାରମ୍ଭ ହୋଇଥିଲା।

Night

ଯଦି ଟ୍ରେନ ଦ୍ୱାରା ଯାତ୍ରା କରିଛନ୍ତି ତେବେ ରାତିରେ ଏହାର ସ୍ପୀଡ଼ ବଢିଯାଉଥିବା ଆପଣ ନିଶ୍ଚିତ ଭାବରେ ଅନୁଭବ କରିଥିବେ,ଏହା ପଛରେ ଅନେକ କାରଣ ରହିଛି। ପ୍ରଥମତଃ ରାତିରେ ରେଲୱେ ଟ୍ରାକ୍ ଉପରେ ମଣିଷ କିମ୍ବା ଜୀବଜନ୍ତୁଙ୍କର ଯାଆସ କମ୍ ରହିଥାଏ। ଏହା ବ୍ୟତୀତ ରାତିରେ ମଧ୍ୟ କୌଣସି ମେଣ୍ଟେନାନ୍ସ କାର୍ଯ୍ୟ ଚାଲିନଥାଏ। ତେଣୁ, ରାତିରେ ଟ୍ରେନର ସ୍ପୀଡ଼ ଅଧିକ ରହିଥାଏ।

Train

ସେହିପରି ଭାବରେ ଦେଖିବାକୁ ଗଲେ ଲୋକ ପାଇଲଟଙ୍କୁ ରାତିରେ ସିଗ୍ନାଲ ଗୁଡିକ ମଧ୍ୟ ଦୂରରୁ ସ୍ପଷ୍ଟ ଭାବରେ ଦେଖା ଯାଇଥାଏ। ତେଣୁ, ଦରକାର ନଥିଲେ ସେମାନେ ଟ୍ରେନର ସ୍ପୀଡ଼ ଧିମା କରନ୍ତି ନାହିଁ। ଅନ୍ୟପକ୍ଷରେ ଦିନ ସମୟରେ ଲୋକଙ୍କର ଅଧିକ ଚହଳ ପହଲ ଦେଖିବାକୁ ମିଳିଥାଏ। ତେଣୁ, ଲୋକୋ ପାଇଲଟଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ।