ତାମିଲନାଡୁ ଉପକୂଳରେ ଏହି ବିରଳ ମାଛ ଦେଖା ଯିବା ପରେ ଅନେକ ଆଶଙ୍କା ଓ ଭୟ କାହିଁକି ? ଜାଣନ୍ତୁ

Macha

ସମୁଦ୍ର ଗର୍ଭରେ ଏମିତି ଅନେକ ରହସ୍ୟମୟ ଜୀବ ବାସ କରନ୍ତି, ଯାହା ବିଷୟରେ ମଣିଷ ଖୁବ୍ କମ୍ ଜାଣେ । ସେଭଳି ଏକ ରହସ୍ୟମୟ ସାମୁଦ୍ରିକ ମାଛ ହେଲା ଓଅରଫିସ୍, ଯାହାକୁ ଡୁମ୍ସଡେ ଫିସ୍ ବା ପ୍ରଳୟର ମାଛ କୁହାଯାଏ । ଏହି ମାଛ ଅତି ଦୁର୍ଲ୍ଲଭ ଅଟେ ଏବଂ ଖୁବ୍ କ୍ୱଚିତ୍ ଏହା ସମୁଦ୍ରରେ ନଜର ଆସିଥାଏ । ତେବେ ପୂର୍ବରୁ ଯେଉଁଠି ଏହି ମାଛ ଦେଖାଯାଇଛି, ସେଠାରେ ବଡ଼ ପ୍ରଳୟ ଆସିଛି । 

ତେଣୁ ଏହି ମାଛକୁ 'ପ୍ରଳୟର ମାଛ' କୁହନ୍ତି । ତାମିଲନାଡୁ ସମୁଦ୍ର ତଟରେ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ଏହି ଡୁମ୍ସଡେ ମାଛ ପଡିଛି । ଏହି ମାଛଟିର ଲମ୍ବ ପ୍ରାୟ ୩୦ ଫୁଟ୍, ରଙ୍ଗ ଦେଖିବାକୁ ରୁପା ଭଳି ଚକଚକ୍ ଏବଂ ଏହାର ଶରୀର ତରଙ୍ଗାୟିତ ଆକୃତିର । ଏହା ସାଧାରଣତଃ ସମୁଦ୍ରର ୨୦୦ରୁ ୧୦୦୦ ଫୁଟ ଗଭୀରରେ ରହେ । ତେଣୁ ଏହି ମାଛକୁ ଦେଖିବା କେବଳ ଦୁର୍ଲ୍ଲଭ ନୁହେଁ, ବରଂ ଆଶ୍ଚର୍ଯ୍ୟଜନକ ମଧ୍ୟ । 

ମେ' ୩୧ରେ ଏହି ମାଛର ଭିଡିଓକୁ  @sanatan_kannad ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା, ଯାହାର କ୍ୟାପସନ ଥିଲା- ତାମିଲନାଡୁରେ ମିଳିଲା ଡୁମ୍ସଡେ ଫିସ୍ । ଭାଇରାଲ କ୍ଲିପ୍‌ରେ କିଛି ମତ୍ସ୍ୟଜୀବୀ ମିଶି ବୋଟରେ ମାଛଟିକୁ ଉଠାଉଥିବାର ଦେଖାଯାଉଛି । 

ଏହି ଓଅରଫିସ୍‌ ବା ପ୍ରଳୟ ମାଛକୁ ନେଇ ଏକ ଲୋକଙ୍କର ବିଶ୍ୱାସ ରହିଛି କି, ଏହି ମାଛକୁ ଦେଖିବା ଅର୍ଥ କୌଣସି ଏକ ବଡ ପ୍ରାକୃତିକ ବିପର୍ଯ୍ୟୟର ଆଗମନ । ୨୦୧୧ରେ ଜାପାନରେ ଏ ସମ୍ପର୍କିତ ଏକ ବହୁଚର୍ଚ୍ଚିତ ଘଟଣା ଘଟିଥିଲା । ସେତେବେଳେ ଜାପାନରେ ଭୟଙ୍କର ଭୂକମ୍ପ ଓ ସୁନାମୀ ଆସିବା ପୂର୍ବରୁ ସମୁଦ୍ରତଟରେ କିଛି ମଲା ଓଅରଫିସ୍‌ ମିଳିଥିଲେ । ଏହା ପରଠୁ ଓଅରଫିସ୍‌କୁ ନେଇ ଲୋକବିଶ୍ୱାସ ଆହୁରି ମଜଭୁତ ହୋଇଯାଇଥିଲା।