କାହିଁକି ବର୍ଷାଦିନେ ବୁଡି ଯାଏ ଦେଶର ସବୁଠୁ ଧନୀ ସହର? ଅଳ୍ପ ବର୍ଷାରେ ବି ବେହାଲ୍, ଜାଣନ୍ତୁ କାହିଁକି

 
Mumbai

ମୁମ୍ବାଇ ଏଭଳି ଏକ ସହର ଯେଉଁ ସହର ଅଳ୍ପ ବର୍ଷାରେ ମଧ୍ୟ ଜଳମଗ୍ନ ହେଇଯାଉଛି । ଏବେ ଶୀଘ୍ର ମୌସୁମୀ ଆସିଥିବାରୁ ମୁମ୍ବାଇବାସୀ ଏବେ ଚିନ୍ତାରେ ଅଛନ୍ତି । ପୁଣି ବର୍ଷାରେ ବେହାଲ୍ ହେବ କି ମୁମ୍ବାଇ । କେରଳ ସମେତ ମୁମ୍ବାଇ ପରେ ମହାରାଷ୍ଟ୍ରରେ ପହଞ୍ଚିଛି ମୌସୁମୀ । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ବ୍ୟାହତ ହେଉଛି । 

ପ୍ରଥମ ଥର ପାଇଁ ୧୦୭ ବର୍ଷ ମଧ୍ୟରେ ଏଭଳି ମୌସୁମୀ ଆସି ଶୀଘ୍ର ପହଞ୍ଚିଛି । ଲୋକମାନେ ବହୁତ ହଇରାଣ ହେଉଛନ୍ତି । କୋଟି କୋଟି ଟଙ୍କାର ଡ୍ରେନ ସିଷ୍ଟମ ରହିଛି କିନ୍ତୁ ପ୍ରତିବର୍ଷ ମୁମ୍ବାଇ ବୁଡି ଯାଏ କାହିଁକି ? ଏହାର କିଛି ପ୍ରମୁଖ କାରଣ ରହିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ମୁମ୍ବାଇ ସାତୋଟି ଦ୍ଵୀପପୁଞ୍ଜକୁ ନେଇ ଅଟେ । ଏହାର ଭୂମି କିଛି ଅଞ୍ଚଳରେ ଉଚ୍ଚ ଆଉ କିଛି ଅଞ୍ଚଳରେ ନୀଚ ଅଟେ । ଏହି କାରଣରୁ ପ୍ରବଳ ବର୍ଷା ହେଲେ ନୀଚ ଅଞ୍ଚଳ ବୁଡି ଯାଏ । 

ମୁମ୍ବାଇ ଏକ ଉପକୂଳବର୍ତ୍ତୀ ସହର । ଚାରୋଟି ନଦୀ ମଧ୍ୟ ଏହି ସହର ନିକଟରେ ବହୁଛି । ସମଗ୍ର ମୁମ୍ୱାଇକୁ ଘେରି ରହିଛି ମିଠୀ ନଦୀ । ଆଉ ଏହି ନଦୀରେ ଟିକେ ବର୍ଷା ହେଲେ ଏହା ବଢ଼ିବାକୁ ଆରମ୍ଭ କରେ । ଆଉ ଏହି ନଦୀ ଜଳ ସହରର ନଦୀ କୂଳରେ ଥିବା ଅଞ୍ଚଳ ଗୁଡ଼ିକରେ ପାଣି ଜମି ଯାଇଥାଏ । କୂଳରେ ରହୁଥିବା ଜନବସତି ଅଧିକ ପ୍ରଭାବିତ ହୁଅନ୍ତି । ମୁମ୍ବାଇରେ ବର୍ଷା ପାଣି ଡ୍ରେନ ମାଧ୍ୟମରେ ସମୁଦ୍ରରେ ଛଡ଼ା ଯାଇଥାଏ । ଏହି ଡ୍ରେନ ଗୁଡ଼ିକ ଏକ ଘଣ୍ଟାରେ ୫୦ ରୁ ୭୦ ମିଲିମିଟର ପାଣି ନିଷ୍କାସନ କରିପାରିବ । 

ଯଦି ଏକ ଘଣ୍ଟାରେ ଅଧିକ ବର୍ଷା ହୁଏ ତାହେଲେ ଅସୁବିଧା ହୋଇଥାଏ । ଗୋଟିଏ ଘଣ୍ଟାରେ ୨୦୦ ମିଲିମିଟର ବା ତାଠାରୁ ଅଧିକ ବର୍ଷା ହୁଏ ତାହେଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏବେ ମୁମ୍ବାଇ ସହରରେ ଅସ୍ବାଭାବିକ ଭାବରେ ବର୍ଷା ହେଉଛି ଆଉ କେତେବେଳେ ମରୁଡି ଭଳି ପରିସ୍ଥିତି ଉପୁଜୁଛି । ଏହି ପରିବର୍ତ୍ତିତ ଢାଞ୍ଚା ଯୋଗୁଁ ଅନେକ କ୍ଷତି ହେଉଛି । ସୁବିଧା ପାଇଁ ଅଧିକ ଲୋକ ମୁମ୍ବାଇରେ ବସବାସ କରନ୍ତି । ମୁମ୍ବାଇ ସହରରେ ଏଭଳି ଅସୁବିଧା ହେଉଥିବା ଯୋଗୁଁ ବା ଡ୍ରେନ ଏତେ ପାଣି ନିଷ୍କାସନ କରିପାରୁ ନଥିବାରୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି ।