କରୋନାର ଦ୍ୱିତୀୟ ଲହର କେବଳ ଭାରତରେ କାହିଁକି, ପଡ଼ୋଶୀ ଦେଶରେ ନାହିଁ କିଛି ଷଡ଼ଯନ୍ତ୍ର କି? ଜାଣନ୍ତୁ

 
India corona

ବର୍ତ୍ତମାନ ସାରା ଭାରତ ରେ ବଢୁଛି କରୋନା ସଂକ୍ରମଣ। ପ୍ରଥମ ଲହର ସଂକ୍ରମଣ ଠାରୁ ଯଥେଷ୍ଟ ଧ୍ରୁତ ଗତିରେ ବଢ଼ି ଚାଲିଛି ଦ୍ୱିତୀୟ ଲହର ସଂକ୍ରମଣ। ଏପରିକି ଅମ୍ଳଜାନ ଏବଂ ଡାକ୍ତରଖାନାରେ ବେଡ଼ ସମସ୍ୟା ଭାରତର ଚିନ୍ତା କୁ ଆହୁରି ବଢ଼ାଇ ଦେଇଛି।

ତେବେ ଭାରତର ପଡ଼ୋଶୀ ରାଷ୍ଟ୍ର ଯଥା ପାକିସ୍ତାନ, ନେପାଳ, ଭୁଟାନ, ଶ୍ରୀଲଙ୍କା ଆଦି ଦେଶରେ କରୋନା ର ଦ୍ୱିତୀୟ ଲହର ର ସେପରି କିଛି ପ୍ରଭାବ ନ ଥିବା ବେଳେ, କଣ ପାଇଁ ଭାରତ ହେଲା ଏତେ ପ୍ରଭାବିତ? 

ତେବେ ହଁ ଏହାର ଏକ କାରଣ ଲୋକମାନଙ୍କର କୋଭିଡ ନିୟମ ମାନିବା ଏବଂ ଶୃଙ୍ଖଳିତ ହେବାକୁ ନେଇ କୁହାଯାଇପାରେ। କିନ୍ତୁ, ସେଠାକାର ଲୋକମାନେ କଣ ଏତେ ଶୃଙ୍ଖଳିତ ଏବଂ ଭାରତରେ ଲୋକେ କଣ ଏତେ ବିଶୃଙ୍ଖଳିତ ଥିଲେ ଯେ ଭାରତ ଉପରେ ଏତେ ବଡ଼ ପ୍ରଭାବ ପଡିଲା? 

କଣ ଅନ୍ୟ ଦେଶ ମାନଙ୍କରେ ଲୋକ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଏତେ ମାତ୍ରା ରେ ବଢ଼ି ଗଲା ଯେ ସେମାନଙ୍କୁ କରୋନା ର କୌଣସି ପ୍ରଭାବ ପଡିଲା ନାହିଁ। ତେବେ ପଡୋଶୀ ଦେଶ ମାନଙ୍କ ଅପେକ୍ଷା ଭାରତରେ ଅଧିକ ରୁ ଅଧିକ ଟିକା କରଣ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ଥିବା ସତ୍ତ୍ୱେ ଭାରତରେ ଏଭଳି ପରିସ୍ଥିତି କାହିଁକି? ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହାର କୌଣସି ସଠିକ୍ ଉତ୍ତର ବର୍ତ୍ତମାନ ପାଇଁ କାହାରି ପାଖରେ ନାହିଁ।