୨୦ ବର୍ଷରେ ଚାଇନାରୁ ବ୍ୟାପିଲାଣି ୫ଟି ସଂକ୍ରମକ ରୋଗ, ଅନ୍ୟ ଦେଶଙ୍କ ବିରୁଦ୍ଧରେ କରୁଛି ଏହି ବଡ଼ ଷଡ଼ଯନ୍ତ୍ର?

 
China virus

ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା ଭୂତାଣୁ। ଗତବର୍ଷଠାରୁ କୋଟି କୋଟି ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ପ୍ରାଣ ହରାଇଛନ୍ତି। ତେବେ ଏହି ଭୂତାଣୁ ପ୍ରଥମେ ଚାଇନାରେ ଚିହ୍ନଟ ହୋଇଥିବା ବେଳେ ଅନେକ ବୈଜ୍ଞାନିକଙ୍କ ମତରେ ଚାଇନାର ୱୁହାନର କୌଣସି ଲ୍ୟାବରେ କରୋନା ଭୂତାଣୁର ଉତ୍ପତ୍ତି ହୋଇଛି। କେବଳ କରୋନା ଭୂତାଣୁ ନୁହେଁ ବରଂ ଗତ ୨୦ ବର୍ଷ ମଧ୍ୟରେ ଚାଇନାରୁ ବିଶ୍ୱରେ ଅନେକ ବଡ ରୋଗ ବ୍ୟାପିଛି, ଯାହା ବିଶ୍ୱପାଇଁ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି।

ଆମେରିକାର ଅଭିଯୋଗ ଅନୁଯାଇ ଗତ ୨୦ ବର୍ଷ ଭିତରେ ବିଶ୍ୱକୁ ଚାଇନା ଠାରୁ ପାଞ୍ଚୋଟି ଭୟଙ୍କର ରୋଗ ବ୍ୟାପିଛି। ଏହି ରୋଗ ଗୁଡିକ ଭିତରେ  ଚାରୋଟି ଭୂତାଣୁ ଯଥାକ୍ରମେ - SARS, ଆଭିଆନ୍ ଫ୍ଲୁ, ସ୍ୱାଇନ୍ ଫ୍ଲୁ ଏବଂ କରୋନା ଭାଇରସ୍ ଚାଇନାରୁ ସାରା ବିଶ୍ୱକୁ ବ୍ୟାପିଛି। ବର୍ତ୍ତମାନ ସମୟରେ ସାରା ବିଶ୍ୱ ଚାଇନାର ୱେଟ୍ ମାର୍କେଟ ଏବଂ ଏଠାକାର ଲୋକମାନଙ୍କର ଖାଦ୍ୟ ଅଭ୍ୟାସ କୁ ନେଇ ପ୍ରଶ୍ନ ଉଠାଇଛି।

ନଭେମ୍ବର ୨୦୦୨ରେ ଚାଇନାରୁ SARS ମହାମାରୀ ବ୍ୟାପିଥିଲା। ଏହି ଭୂତାଣୁ ପ୍ରଥମେ ଦକ୍ଷିଣ ଚାଇନାର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ଚିହ୍ନଟ ହୋଇଥିବାବେଳେ। ନଭେମ୍ବର ୨୦୦୨ ରୁ ଜୁଲାଇ ୨୦୦୩ ମଧ୍ୟରେ ଦକ୍ଷିଣ ଚୀନ୍ ରୁ SARS ରୋଗ ବ୍ୟାପିବା ଆରମ୍ଭ କରିଥିଲା। ଅନେକ ଦେଶରେ ଏହି ମହାମାରୀ ଦ୍ୱାରା ହଜାର ହଜାର ଲୋକ ସଂକ୍ରମିତ ହୋଇଥିଲେ, ଏବଂ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ସେତେବେଳେ ମଧ୍ୟ ଚାଇନାର ୱେଟ୍ ମାର୍କେଟ ରୁ ଏହା ଉତ୍ପନ୍ନ ହୋଇଥିବା ସନ୍ଦେହ କରାଯାଇଥିଲା।

ଏଭିଆନ୍ ଫ୍ଲୁ H5N1ଭୂତାଣୁ କାରଣରୁ ହୋଇଥାଏ। ଏହି ରୋଗ ସାଧାରଣତଃ କୁକୁଡ଼ାମାନଙ୍କ ପାଖରେ ମିଳୁଥିବା ବେଳେ ସେମାନଙ୍କ ସହ ଅତି ନିକଟତର ହେବାରୁ ଏହା ମଣିଷକୁ ବ୍ୟାପିଥିବା ସନ୍ଦେହ କରାଯାଏ। ତେବେ ଏହି ସମୟରେ ଆମେରିକା ଚାଇନା ଉପରେ ବିଶ୍ୱରେ ମହାମାରୀ ଉତ୍ପନ କରୁଥିବାର ଅଭିଯୋଗ ଲଗାଇଥିଲା।

ସେହିପରି ସ୍ୱାଇନ୍ ଫ୍ଲୁ ଏବଂ କରୋନା ଭାଇରସ୍ ମଧ୍ୟ ସାରା ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବରେ ଉଭା ହୋଇଛି। କରୋନା ସଂକ୍ରମଣ କାରଣରୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକେ ଜୀବନ ହରାଇଥିବା ବେଳେ ଏହାର ଉତ୍ପନ୍ନ ସହିତ ୱୁହାନର ଫିଶ ମାର୍କେଟ ଜଡିତ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। 

ଚାଇନାର ମାଂସ ବଜାର ହେଉଛି ନୂତନ ଏବଂ ସଂକ୍ରାମକ ରୋଗର ମୂଳ କାରଣ। ଏଠାକାର ଲୋକମାନେ ଖାଦ୍ୟ ନାଁରେ ସାପ ସରୀସୃପ ଆଦି ଖାଉଥିବା ବେଳେ ଏଗୁଡିକ ମାର୍କେଟରେ ଖୋଲାଖୋଲି ଭାବରେ ବିକ୍ରି ହୋଇଥାଏ। ଏହି ମାର୍କେଟ ଗୁଡିକରେ ଲୋକମାନେ ବିଭିନ୍ନ ପଶୁଙ୍କର ରକ୍ତ ଏବଂ ମାଂସ ସଂସ୍ପର୍ଶରେ ଆସୁଥିବାରୁ ଏହିଠାରୁ ହିଁ ପଶୁଙ୍କ ଠାରୁ ମଣିଷ ଦେହକୁ ଭୂତାଣୁ ପ୍ରବେଶ କରୁଥିବା ଵିଶ୍ଵାସ କରାଯାଏ।