କେଉଁ ସିମ୍ ଦେଉଛି ଶସ୍ତା ପ୍ଲାନ୍, ଏହି ପ୍ଲାନରେ ଶସ୍ତାରେ ଆକ୍ଟିଭ୍ ରହିଫ ସାମ୍, ଜାଣନ୍ତୁ ଆପଣଙ୍କ ପାଇଁ ବେଷ୍ଟ ପ୍ଲାନ୍

 
Jio vs airtel

ଆଜିକାଲି ଦୁନିଆରେ ତ ପ୍ରାୟ ସମସ୍ତେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି । ଆଉ ଲୋକମାନେ ତାଙ୍କ ଫୋନରେ ଅନେକ ପ୍ରକାରର ସିମ କାର୍ଡ ବ୍ୟବହାର କରୁଛନ୍ତି । ଏବେ ଆପଣମାନେ ଦେଖିଥିବେ ଲୋକମାନେ ଜିଓ ଏବଂ ଏୟାରଟେଲ ସିମ ଅଧିକ ଭାବରେ ବ୍ୟବହାର କରୁଛନ୍ତି । ଏବେ ଆସିଥିବା ଖବର ଅନୁସାରେ କେଉଁ ସିମ କାର୍ଡ ବ୍ୟବହାର କରିଲେ କମ୍ ଟଙ୍କାରେ ଲାଭ ପାଇବେ ତାହା ଜାଣିପାରିବେ । କାହାର ରିଚାର୍ଜ ପ୍ଲାନ୍ ଶସ୍ତା ରହିଛି ତାହା ଜାଣିପାରିବେ । 

Jio airtel

ଜିଓ ଏବଂ ଏୟାରଟେଲ ଗ୍ରାହକମାନେ ଏହି ବିଷୟରେ ଜାଣିବା ଦରକାର । ନୂଆ ପ୍ଲାନ୍ ଆଣିଛନ୍ତି କମ୍ପାନୀ । ଯେଉଁମାନେ କେବଳ ସିମକୁ ଆକ୍ଟିଭ ରଖିବାକୁ ଚାହୁଁଛନ୍ତି କିମ୍ବା ଭଏସ କଲିଙ୍ଗ ସୁବିଧା ପାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ୍ ରହିଛି । ଏହି ଭିତରେ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ଆସିଛି । ଗ୍ରାହକଙ୍କ ମନରେ ପ୍ରଶ୍ନ ଆସୁଛି କି ଜିଓ ନା ଏୟାରଟେଲ କେଉଁ ସିମ ଅଧିକ ଲାଭବାନ ସୁବିଧା ଆଣି ଦେଇଛି । 

ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାକୁ ଦୁଇଟି ଯୋଜନା ଆଣି ଦେଇଛି ଜିଓ ଟେଲିକମ କମ୍ପାନୀ । ୪୫୮ ଟଙ୍କାର ରିଚାର୍ଜ୍ ପ୍ଲାନରେ ଗ୍ରାହକମାନେ ୮୪ ଦିନ ପାଇଁ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏଥିରେ ୧୦୦୦ ମେସେଜ ପାଇପାରିବେ କିନ୍ତୁ ଅଧିକ ଡାଟା ପାଇପାରିବେ ନାହିଁ ।

କେବଳ ଅନ ଲିମିଟେଡ କଲ ଏହି ପ୍ଲାନରେ ମିଳିବ । ଏହାସହ ଆଉ ଏକ ପ୍ଲାନ୍ ହେଉଛି ୧୯୫୮ ଟଙ୍କାରେ ଏକ ବର୍ଷ ପାଇଁ ଲାଭ ଉଠାଇ ପାରିବେ । ଏଥିରେ ଇଣ୍ଟରନେଟ ସୁବିଧା ଗ୍ରାହକମାନେ ପାଇପାରିବେ ନାହିଁ । 

ସେହିଭଳି ଏୟାରଟେଲ ଟେଲିକମ କମ୍ପାନୀ ୪୪୯ ଟଙ୍କାରେ ଅନ ଲିମିଟେଡ କଲିଙ୍ଗ ସହ ୯୦୦ ମେସେଜ ଆଉ ୭ ଜିବି ଡାଟା ୮୪ ଦିନ ପାଇଁ ଗ୍ରାହକ ପାଇପାରିବେ । ଏହାସହ ଆଉ ଏକ ଯୋଜନା ହେଉଛି ୧୯୫୯ ଟଙ୍କାରେ ଏକ ବର୍ଷ ପାଇଁ ୩୦ ଜିବି ଡାଟା ଏକ ବର୍ଷ ପାଇଁ ପାଇପାରିବେ । ଏବେ ଯିଓ କମ୍ପାନୀ ଆଉ ଏୟାରଟେଲ ଟେଲିକମ କମ୍ପାନୀ ଏହି ସୁବିଧା ଆଣିଛନ୍ତି । ଏବେ ଗ୍ରାହକମାନେ ତାଙ୍କ ଇଚ୍ଛା ଅନୁସାରେ ସିମ ବ୍ୟବହାର କରି ରିଚାର୍ଜ୍ କରି ଲାଭ ପାଇପାରିବେ ।