ପ୍ରକୃତରେ କେଉଁଠି ଅଛି ପାତାଳ ଲୋକ? ଜାଣନ୍ତୁ କଣ ରହିଛି ଏହାର ଧାର୍ମିକ ମାନ୍ୟତା

 
ପାତାଳ

ଆପଣମାନେ ସମସ୍ତେ ତ ତିନି ଲୋକ ଅଛି ବୋଲି ଜାଣିଥିବେ । ସ୍ୱର୍ଗଲୋକ, ମର୍ତ୍ତ୍ୟ ଲୋକ ଏବଂ ପାତାଳ ଲୋକ ବିଷୟରେ ତ ଆପଣମାନେ ଜାଣିଥିବେ । ଏବେ ଏହି ପାତାଳ ଲୋକକୁ ନେଇ ଅନେକ କିଛି ଖବର ଏବେ ସାମ୍ନାକୁ ଆସିଛି । ପାତାଳ ଲୋକକୁ ନେଇ ଏବେ ପୌରାଣିକ କଥା ଆସିଛି । ପ୍ରକୃତରେ କେଉଁଠି ଅଛି ଏହି ପାତାଳ ଲୋକ । ଏହାର କିଛି ଧାର୍ମିକ ମାନ୍ୟତା ରହିଛି । ଏହା କଣ ଆପଣମାନେ ଜାଣି ରଖନ୍ତୁ । 

ପୌରାଣିକ କାହାଣୀ ଏବଂ ହିନ୍ଦୁ ଶାସ୍ତ୍ର ମାନ୍ୟତା ଅନୁସାରେ ସାତଟି ଲୋକ ରହିଛି । ଏହି ସାତଟି ଲୋକ ମଧ୍ୟରୁ ପାତାଳ ଲୋକ ଅନ୍ୟତମ ଅଟେ । ପ୍ରାଚୀନ ଗ୍ରନ୍ଥ ଗୁଡ଼ିକରେ ପାତାଳ ଲୋକକୁ ଏକ ରହସ୍ୟମୟ ଏବଂ ଆଶ୍ଚର୍ଯ୍ୟକର ଦୁନିଆ ଭାବରେ ବର୍ଣ୍ଣନା କରାଯାଇଛି । ଏହା ପୃଥିବୀ ତଳେ ଅବସ୍ଥିତ ବୋଲି କୁହାଯାଇଛି । ଏହା ସର୍ପ, ରାକ୍ଷସ ଏବଂ ଅନ୍ୟାନ୍ୟ ଅଲୌକିକ ପ୍ରାଣୀଙ୍କ ବାସସ୍ଥାନ ବୋଲି କୁହାଯାଇଥାଏ । ଏହାସହ ପାତାଳ ଲୋକ ଅନେଇ ରହସ୍ୟମୟ ଏବଂ ଦିବ୍ୟ ଆଉ ଭୟଙ୍କର ଘଟଣା ସହ ଜଡ଼ିତ ବୋଲି କୁହାଯାଏ  । 

ପାତାଳ

ବେଦ, ପୁରାଣ ଏବଂ ମହାଭାରତ ଭଳି ଗ୍ରନ୍ଥରେ ପାତାଳ ଲୋକର କଥା ଅଛି । ପାତାଳ ଲୋକ ଭୂ ପୃଷ୍ଠରେ ୭ଟି ସ୍ତରରେ ବିଭକ୍ତ ବୋଲି କୁହାଯାଏ । ଆଉ ଏହି ୭ଟି ସ୍ତର ହେଉଛି ଅତଳ, ପିତଳ, ସୂତଳ, ତାଳତାଳ, ମହାତାଳ, ରସାତାଳ ଏବଂ ପାତାଳ । ଏହି ଭିତରୁ ପାତାଳ ଅନ୍ୟତମ । ପ୍ରତ୍ୟେକ ସ୍ତରରେ ଭିନ୍ନ ଭିନ୍ନ ପ୍ରାଣୀ ଆଉ ଆସୁରିକ ଶକ୍ତି ବାସ କରନ୍ତି । ଏହା ଏକ ରହସ୍ୟମୟ ସ୍ଥାନ ଅଟେ । ଏହି ପାତାଳ ଲୋକର ଶାସକ ହେଉଛି ବାସୁକି ନାଗ । 

ଆଉ ଏହି ବାସୁକି ନାଗକୁ ଭଗବାନ ଶିବ ବେକରେ ପକାଇ ଥାଆନ୍ତି । ବିଶ୍ୱାସ ଅନୁସାରେ ପାତାଳ ଲୋକରେ ସୂର୍ଯ୍ୟ କିରଣ ପହଞ୍ଚି ନଥାଏ ଆଉ ଏଥିରେ ଥିବା ସାପମାନଙ୍କର ମଣିରୁ ଆଲୋକ ବାହାରି ଥାଏ । ସମୁଦ୍ର ମନ୍ଥନ କାହାଣୀରେ ମଧ୍ୟ ପାତାଳ ଲୋକ ଥିବା ନେଇ ପ୍ରମାଣ ମିଳିଥାଏ । ଭଗବାନ ବିଷ୍ଣୁଙ୍କ ଆସନ ସାଜିଥିବା ଶେଷ ନାଗ ମଧ୍ୟ ପାତାଳ ଲୋକରେ ରହିଥାଏ । ବିଶ୍ୱାସ ଅନୁସାରେ ଖରାପ କାମ କରୁଥିବା ବ୍ୟକ୍ତି ମରିବା ପରେ ପାତାଳକୁ ଯାଏ । ଆଉ ଏହା ମୃତ୍ୟୁ ଆଉ ଭୟ ଭିତରେ ଆମର ଭୟକୁ ପ୍ରତିଫଳିତ କରେ ବୋଲି କୁହାଯାଇଛି ।