ଭାରତର ସବୁଠାରୁ ରହସ୍ୟମୟ ଷ୍ଟେସନ: ଏଥିରେ ଯିବା ବେଳେ ଆପେଆପେ ଚାଲିଯାଏ ଟ୍ରେନ୍‌ର ବିଜୁଳି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

 
Mysterious railway station

ବର୍ତ୍ତମାନର ସମୟରେ ଟ୍ରେନ୍ ଦୁର୍ଘଟଣା ଏକ ମୁଖ୍ୟ ସମସ୍ୟା ପାଲଟିଛି । ଯେଉଁଥି ପାଇଁ ଲୋକ ମାନଙ୍କ ମନରେ ଅନେକ ପ୍ରକାର ଭୟ ମଧ୍ୟ ରହୁଛି । ଭାରତୀୟ ରେଳୱେର ଏହି ବିଶାଳ ନେଟ୍ ୱାର୍କ ରେ ଅନେକ କିଛି ତଥ୍ୟ ଲୁଚି ରହିଛି । ଯାହା ସମ୍ପୂର୍ଣ ଜାଣିବା ଅସମ୍ଭବ ।

Station

କଣ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ରେଲୱେ ଷ୍ଟେସନ୍ ରହିଛି ଯାହାକୁ ଅତିକ୍ରମ କରି ଗଲା ବେଳେ ବଗିର ସମସ୍ତ ଲାଇଟ୍ ଆପେ ଆପେ ବନ୍ଦ ହୋଇଯାଏ । ଅନ୍ଧାର ଭିତରେ ଏହି ଟ୍ରେନକୁ ଷ୍ଟେସନ୍ ପାର୍ କରିବାକୁ ପଡେ । ତାମିଲନାଡୁ , ଚେନ୍ନାଇର ତାମରସ ରେଲୱେ ଷ୍ଟେସନ ନିକଟରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଟ୍ରେନ୍ ଅତିକ୍ରମ କରିବା ବେଳେ ସବୁ ଲାଇଟ୍ ଆପେ ଆପେ ବନ୍ଦ ହୋଇଯାଏ।

ଏପରି କେବଳ ଲୋକାଲ ଟ୍ରେନ୍ ସହ ହିଁ ହୋଇଥାଏ । ଏକ୍ସପ୍ରେସ ଓ ସୁପର୍ଫାଷ୍ଟ ଟ୍ରେନ୍ ସହ କୌଣସି ସମସ୍ୟା ହୁଏ ନାହିଁ । ଏହାର କାରଣ ହେଉଛି ଏହି ଷ୍ଟେସନ୍ ନିକଟରେ ବିଜୁଳି ଜୋନ୍ ନାହିଁ । ଟ୍ରେନ୍ ଗୋଟିଏ ବିଜୁଳି ଜୋନ୍ ରୁ ଅନ୍ୟ ବିଜୁଳି ଜୋନ୍ କୁ ଜିବା ବେଳେ କିଛି ସମୟ ପାଇଁ ଏହାର ବିଜୁଳି ଚାଲି ଯାଇଥାଏ ।

Tambaram station

ଚେନ୍ନାଇର ତାମ୍ୱରମ ନିକଟରେ ଏକ ଛୋଟିଆ ଅଞ୍ଚଳରେ ଏପରି ହୋଇଥାଏ । ଲୋକାଲ୍ ଟ୍ରେନ୍ ଅତିକ୍ରମ କରିବା ବେଳେ ସମସ୍ତ ଲାଇଟ୍, ପଙ୍ଖା ବନ୍ଦ ହୋଇଯାଏ । ତେବେ କୌଣସି ଭୁତ-ପ୍ରେତ କାରଣରୁ ନୁହେଁ ବରଂ ରେଲୱେ ଯୋଗୁଁ ହୋଇଥାଏ । ତାମ୍ୱରମ ରେଳ ଲାଇନ୍ ଛୋଟିଆ ଅଞ୍ଚଳରେ ଥିବା ଓଆଚଇରେ କରେଣ୍ଟ ନାହିଁ । ସେହି ସ୍ଥାନରେ ବିଜୁଳି ଜୋନ୍ ରହିଛି । ଟ୍ରେନ୍ ଗୋଟିଏ ବିଜୁଳି ଜୋନରୁ ଅନ୍ୟ ବିଜୁଳି ଜୋନକୁ ଯିବା ବେଳେ କିଛି ସମୟ ପାଇଁ ଏହାର ବିଜୁଳି ଚାଲି ଯାଇଥାଏ ।

ସରଳ ଶବ୍ଦରେ କହିଲେ, ଲୋକାଲ୍ ଟ୍ରେନକୁ ଓଭରହେଡ୍ ୱାୟର ଜରିଆରେ ବିଜୁଳି ଦିଆଯାଇଥାଏ । ଚେନ୍ନାଇର ତାମ୍ୱରମ ନିକଟରେ ଓଭରହେଡ୍ ୱାୟରରେ କରେଣ୍ଟ ଶେଷ ହୋଇଯାଏ । ଏହି କାରଣରୁ କିଛି ସମୟ ପାଇଁ ଲୋକାଲ୍ ଟ୍ରେନରେ ବିଜୁଳି ନଥାଏ । ରେଲୱେ ଭାଷାରେ ଏହାକୁ ନ୍ୟାଚୁରାଲ୍ ସେକ୍ସନ କୁହାଯାଏ ।