ଫୋନ ପାଣିରେ ପଡ଼ିଗଲେ ଚାଉଳ ଭିତରେ ରଖିବା କେତେ ଠିକ୍? ଜାଣି ରଖନ୍ତୁ ସଠିକ୍ ଉପାୟ….

 
Mobile

ଭୁଲବଶତଃ ଯଦି ଆପଣଙ୍କ ଫୋନ ପାଣିରେ ପଡ଼ିଯାଏ କିମ୍ବା ଓଦା ହୋଇଯାଏ ତେବେ, ଆପଣ କଣ କରିବେ? ସାଧାରଣତଃ ଏପରି ହେବା ଦ୍ୱାରା ତୁରନ୍ତ ଫୋନଟିକୁ ଘରେ ଥିବା ଚାଉଳ ବାକ୍ସରେ ଭର୍ତ୍ତି କରିବା ପାଇଁ ଅନେକେ ପରାମର୍ଶ ଦେଇଥାନ୍ତି। କ'ଣ ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ କିଛି ଫାଇଦା ମିଳିଥାଏ? ଆସନ୍ତୁ ଜାଣିବା ସେହି ବିଷୟରେ…

Phone inside water

ଫୋନଟିଏ ପାଣିରେ ପଡିଗଲେ ଏହା ଭିତରେ ଥିବା ପାଣିକୁ ହଟାଇବା ପାଇଁ ଏହାକୁ ଚାଉଳ ଭିତରେ ରଖିବାକୁ ପରାମର୍ଶ ଦିଆଯାଇଥାଏ। ପ୍ରକୃତରେ ଚାଉଳ ଏହା ମଧ୍ୟରେ ଥିବା ପାଣି ଏବଂ ଆଦ୍ରତା ଶୋଷି ନେଇଥାଏ। ଏହା ସତ୍ୟ ଅଟେ କିନ୍ତୁ, ଏପରି କରିବା ଉଚିତ ନୁହେଁ କାରଣ ଏହା ଏକ ଧିମା ପ୍ରକ୍ରିୟା ହୋଇଥିବା ବେଳେ ଫୋନ ଭିତରେ ଧୂଳି କଣିକା ପଶିବାର ମଧ୍ୟ ସମ୍ଭାବନା ରହିଥାଏ।

Rice

 ଯାହାଫଳରେ ଫୋନ ଠିକ୍ ହେବା ପରିବର୍ତ୍ତେ ଖରାପ ହେବାର ଅଧିକ ସମ୍ଭାବନା ରହିଥାଏ। ଯଦି ବି ଆପଣଙ୍କ ଫୋନ୍ ଓଦା ହୋଇଯାଇଛି ତେବେ ପ୍ରଥମେ ଏହାର କଭର୍ ଏବଂ ବ୍ୟାଟେରୀ ଖୋଲି ବ୍ଲୋ ଡ୍ରାୟର୍ ଦ୍ୱାରା ଶୁଖାଇ ଦିଅନ୍ତୁ। ଏହାପରେ କିଛି ସମୟ ପାଇଁ ଶୁଖିଲା ସ୍ଥାନ କିମ୍ବା ଖରାରେ ମଧ୍ୟ ରଖିପାରିବେ। କିଛି ସମୟ ପରେ ବ୍ୟାଟେରୀ ଲଗାଇ ଫୋନ ଅନ୍ କରିବାକୁ ଚେଷ୍ଟା କରନ୍ତୁ। ଫୋନ୍ ଅନ୍ ନ ହେଲେ ନିକଟସ୍ଥ ମୋବାଇଲ କେୟାର ସହିତ ସମ୍ପର୍କ କରନ୍ତୁ।