ଯଦି ATM ରୁ ବାହାରେ ଚିରା ଫଟା ନୋଟ, ତେବେ କଣ କରିବେ ଆପଣ? ପଢନ୍ତୁ ପୁରା ଖବର, ଜାଣନ୍ତୁ ନିଜର ଅଧିକାର....

 
ଯଦି ATM ରୁ ବାହାରେ ଚିରା ଫଟା ନୋଟ, ତେବେ କଣ କରିବେ ଆପଣ? ପଢନ୍ତୁ ପୁରା ଖବର, ଜାଣନ୍ତୁ ନିଜର ଅଧିକାର....

ବର୍ତ୍ତମାନ ନଗଦ ଟଙ୍କା କାରବାର ପାଇଁ ଲୋକମାନେ ପ୍ରାୟତଃ ଏଟିଏମ ବ୍ୟବହାର କରୁଥିବାର ଦେଖାଯାଇଥାଏ। କିନ୍ତୁ ବେଳେ ବେଳେ ଦେଖାଯାଇଛି ଯେ ଯେତେବେଳେଆକାଉଣ୍ଟଧାରୀମାନେ ଏଟିଏମରୁ ନଗଦ ଟଙ୍କା ନେବାକୁ ଯାଇଥାନ୍ତି, ସେତେବେଳେ ମେସିନ୍ ରୁ ଚିରା ଫଟା ନୋଟ ବାହାରିଥାଏ। 

କିଛି ନୋଟ୍ ରେ ଟେପ୍ ଦ୍ୱାରା ଆଚ୍ଛାଦିତ ହୋଇଥାଏ ତ କେତେବେଳେ ଏହି ନୋଟ୍ ଗୁଡିକ ଅତ୍ୟଧିକ ଖରାପ ହୋଇଯାଇଥାଏ।ଏଟିଏମରେ ଉନ୍ନତ ମାନର ନୋଟ୍ ରଖିବା ବ୍ୟାଙ୍କ ମାନଙ୍କର ହିଁ କାମ ହୋଇଥାଏ। ବ୍ୟାଙ୍କଗୁଡ଼ିକର ଉଦ୍ୟମ ସତ୍ତ୍ୱେ ପ୍ରାୟତଃ ଖରାପ ନୋଟ୍ ଗ୍ରାହକ ମାନଙ୍କ ହାତରେ ପଡିଯାଇଥାଏ।

ଯଦି ଆପଣ ଏକ ଏଟିଏମରେ ଛିଡା ହୋଇଛନ୍ତି ଏବଂ ନଗଦ ଟଙ୍କା ଉଠାଇବା ପରେ ଏଥିରୁ ଖରାପ ଏବଂ ଚିରା ନୋଟ ବାହାରେ, ତେବେ ସିସିଟିଭି କ୍ୟାମେରା ସାମ୍ନାରେ ଏହି ନୋଟ୍ କୁ ଗଣନ୍ତୁ ଏବଂ ସିସିଟିଭି ସାମ୍ନାରେ ଛିଣ୍ଡି ଯାଇଥିବା ନୋଟଗୁଡ଼ିକୁ ଦେଖାଇବା ଦେଖାନ୍ତୁ।

 ଏହା ପରେ ଆପଣ ବ୍ୟାଙ୍କକୁ ଯାଇ ଚିରା ନୋଟ କୁ ନେଇ ଆପଣ ଅଭିଯୋଗ କରନ୍ତୁ। ଏହା ପରେ ବ୍ୟାଙ୍କ ସିସିଟିଭି ଫୁଟେଜ୍ ଦେଖିବା ସହ ଏହାର ତଦନ୍ତ କରିବ ଏବଂ ଏହାପରେ ବ୍ୟାଙ୍କ ଚିରା ନୋଟଟିକୁ ବଦଳାଇ ଆପଣଙ୍କୁ ନୂଆ ନୋଟ ଦେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିସେମ୍ବର ୨୦୧୧ ଏଟିଏମ ରୁ ବାହାରି ଥିବା ଖରାପ ନୋଟ ପାଇଁ ବ୍ୟାଙ୍କ ଦାୟୀ ବୋଲି ଘୋଷଣା କରିଥିଲେ।