ମୃତ୍ୟୁ ପୂର୍ବରୁ ଏମିତି ଥିଲା ସିଦ୍ଧାର୍ଥଙ୍କ ଶେଷ ରାତି, ଶୋଇଥିବା ଅବସ୍ଥାରେ ଚାଲିଯାଇଥିଲା ଜୀବନ?

 
Sidharth

ପ୍ରସିଦ୍ଧ ଅଭିନେତା ତଥା ବିଗବସ୍-୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଆକସ୍ମିକ ମୃତ୍ୟୁରେ ସାରା ଦେଶ ଏବଂ ଚଳଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି। ନିଜର ପସନ୍ଦର ଅଭିନେତାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ସିଦ୍ଧାର୍ଥଙ୍କ ଫ୍ୟାନ୍ସ। କଣ ସତରେ ହୃଦଘାତ ପାଇଁ ଚାଲିଯାଇଛି ସିଦ୍ଧାର୍ଥଙ୍କ ଜୀବନ? ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କଣ କରୁଥିଲେ ସିଦ୍ଧାର୍ଥ? ଏହିଭଳି ଅନେକ ପ୍ରଶ୍ନ ତାଙ୍କ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି।

Sidharth

କୁହାଯାଉଛି ଯେ ସିଦ୍ଧାର୍ଥ ରାତି ୮ ଟା ପର୍ଯ୍ୟନ୍ତ ନିଜ ମାଆଙ୍କ ସହିତ ବିଲ୍ଡିଂରେ ଥିଲେ। ସେ ଏହି ସମୟରେ ବୁଲା ବୁଲି ମଧ୍ୟ କରିଥିଲେ। ଏହାପରେ ତାଙ୍କର ଦେହ ଠିକ ଲାଗୁନଥିବା ଏବଂ ଅସୁସ୍ଥତା ଅନୁଭବ ହେଉଛି ବୋଲି କହି ନିଜ ଆପାର୍ଟମେଣ୍ଟକୁ ଚାଲିଯାଇଥିଲେ। ସେଠାରେ ସେ କିଛି ଔଷଧ ଖାଇ ଶୋଇବାକୁ ଚାଲିଯାଇଥିଲେ।

Last rites

କିନ୍ତୁ, ପରଦିନ ସକାଳ ପ୍ରାୟ ୯ଟା ସମୟରେ ତାଙ୍କୁ ତାଙ୍କ ରୁମରୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ମୁମ୍ବାଇ ସ୍ଥିତ କୁପର୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ସିଦ୍ଧାର୍ଥଙ୍କୁ ମୃତ ଘୋଷଣା କରିଥିଲେ। ରାତିରେ ଶୋଇଥିବା ଅବସ୍ଥାରେ ହିଁ ହୃଦଘାତରେ ସିଦ୍ଧାର୍ଥଙ୍କର ନିଧନ ହୋଇଥିବା ଅନୁମାନ କରାଯାଉଛି।