କୋଟିପତି ସୁପରଷ୍ଟାରଙ୍କ ଏ କି ଅବସ୍ଥା! କୋଟିପତିରୁ ହୋଇଗଲେ ଭିକାରୀ? ଜାଣନ୍ତୁ କିଏ ଏହି

 
Amir khan

ଆଜିର ଡିଜିଟାଲ ଜମାନାରେ ସେଲିବ୍ରେଟୀ, କ୍ରିକେଟର ଓ ରାଜନେତାଙ୍କୁ ନେଇ ଅନେକ ସମୟରେ ନୂଆ ନୂଆ ଭିଡିଓ ସାମ୍ନାକୁ ଆସିଥାଏ । ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ଆଦିମାନବ ବେଶ ଧାରଣ କରି ମୁମ୍ବାଇ ରାସ୍ତାରେ ଏଣେତେଣେ ବୁଲୁଥିବା ଦେଖାଯାଉଛି।

ରାସ୍ତାରେ ବୁଲୁଛନ୍ତି ୧୮ଶହ କୋଟି ଟଙ୍କାର ମାଲିକ । ମୁଣ୍ଡରେ ଲମ୍ବା ଲମ୍ବା ଚୁଟି ଆଉ ନିଶ ଦାଢ଼ି ବି ଲମ୍ବା ଲମ୍ବା । ଏହି ବ୍ୟକ୍ତି ଜଣକ ଦେହରେ ଅଜବ ଲାଗୁଥିବା ପୋଷାକ ପିନ୍ଧିଛନ୍ତି।  ଏହି ବ୍ୟକ୍ତି ଜଣକ ଛିଣ୍ଡା ବସ୍ତ୍ର ପରିଧାନ କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କୁ ଆପଣମାନେ ଦେଖିଥିବେ । ଏହି ବ୍ୟକ୍ତି ଜଣକ ଆଉ କେହି ନୁହେଁ ବରଂ ସେ ହେଉଛନ୍ତି ଅଭିନେତା ଅମିର ଖାନ । 

Amir khan look

ଅଭିନେତା ଅମିର ଖାନ ଏବେ ଏଭଳି ବାବା ବେଶରେ ଛିଣ୍ଡା ବସ୍ତ୍ର, ଲମ୍ବା ଲମ୍ବା ଚୁଟି ଆଉ ଲମ୍ବା ଲମ୍ବା ନିଶ ଏବଂ ଦାଢ଼ି ଲଗାଇ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି । ଏହି ଅଭିନେତା ଜଣକ ସବୁବେଳେ ନିଆରା ଫିଲ୍ମ କରନ୍ତି । ସେ ସବୁବେଳେ ବିଭିନ୍ନ ପ୍ରକାରର ଫିଲ୍ମରେ ଅଭିନୟ କରିଥାନ୍ତି । ତାଙ୍କ ଅଭିନୀତ ଫିଲ୍ମ ସବୁବେଳେ ରେକର୍ଡ କରିଥାଏ । ଏହି ଅଭିନେତା ଜଣକ ମୁମ୍ବାଇର ରାଜରାସ୍ତାରେ ଏଭଳି ବୁଲୁଥିଲେ । ମୁମ୍ବାଇର ରାଜରାସ୍ତାରେ ଅର୍ଥାତ୍ ଯେଉଁଥିରେ ଭିଡ ରହିଥାଏ ସେହି ସ୍ଥାନରେ ଏହି ବ୍ୟକ୍ତି ଜଣକ ବୁଲୁଥିଲେ ।

ଏହି ବ୍ୟକ୍ତି ଜଣଙ୍କୁ ଦେଖି ଲୋକମାନେ ଅନେକ କଥା ଭାବୁଥିଲେ । କେହି କେହି ଭାବୁଥିଲେ କି ଏହି ବ୍ୟକ୍ତି ଜଣକ ଜଣେ ପାଗଳ ଆଉ କେହି ଭାବୁଥିଲେ ସେ ହେଉଛନ୍ତି ଆଦି ମାନବ ଆଉ କେହି ଭାବୁଥିଲେ । ଏଭଳି ଅନେକ ଲୋକ ଅନେକ କଥା ଭାବୁଥିଲେ । ସେହି ବ୍ୟକ୍ତିଙ୍କୁ ଦେଖି ମଧ୍ୟ ଭୟ କରୁଥିଲେ । ଶେଷରେ ଜଣା ପଡ଼ିଲା କି ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଭିନେତା ଅମିର ଖାନ । ଏହି ଅଭିନେତା ଜଣକର ନୂଆ ଫିଲ୍ମ ଆସିବାକୁ ଯାଉଛି ବୋଲି ସୂଚନା ମିଳିଛି । ଦେଖାଯାଉ ଏହି ରୂପ କାହିଁକି ସେ ଧାରଣ କରିଛନ୍ତି ତାହା ଜଣାପଡ଼ିବ ।