ମମତାଙ୍କ ଦେହରେ ଗଲାନି ଓଡ଼ିଶାକୁ ବାତ୍ୟା ସହାୟତା, ସୃଷ୍ଟି କଲେ ହଙ୍ଗାମା, କହିଲେ ଓଡ଼ିଶାକୁ କେନ୍ଦ୍ର କାହିଁକି...

 
Mamta naveen

ଗୋଟିଏ ପଟେ କରୋନା ସାରା ଦେଶକୁ କବଳିତ କରିଥିବା ବେଳେ ଏପରି ସମୟରେ ସାମୁଦ୍ରିକ ଝଡ଼ ୟାସ୍ ଉପକୂଳବର୍ତ୍ତି ରାଜ୍ୟ ଗୁଡି଼କରେ ବ୍ୟାପକ କ୍ଷେୟକ୍ଷତି ଘଟାଇଛି। ଏହି ବାତ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଓଡିଶା। ଏଭଳି ବିପରୀତ ପରିସ୍ଥିତିରେ ଓଡ଼ିଶା ନିଜ ପଡ଼ୋଶୀ ରାଜ୍ୟ ମାନଙ୍କ ଠାରୁ ସାହାଯ୍ୟ ଏବଂ ସମବେଦନା ଆଶା କରୁଥିବା ବେଳେ କିନ୍ତୁ ଏହାର ଠିକ ବିପରୀତ କାମ କରୁଛି ପଶ୍ଚିମବଙ୍ଗ।


ଏଭଳି ଖରାପ ପରିସ୍ଥିତିରେ ସାହାଯ୍ୟର ହାତ ବଢ଼ାଇବା ପରିବର୍ତ୍ତେ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ସହାୟତା ରାଶିକୁ ନେଇ ହଙ୍ଗାମା ସୃଷ୍ଟି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପକୃତରେ ବାତ୍ୟାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଓଡ଼ିଶାକୁ ୬୦୦ କୋଟି,  ଆନ୍ଧ୍ରପ୍ରଦେଶକୁ ୬୦୦ କୋଟି ଏବଂ ପଶ୍ଚିମବଙ୍ଗକୁ ୪୦୦ କୋଟିର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି। 

କିନ୍ତୁ ପଶ୍ଚିମବଙ୍ଗ ଏକ ବଡ଼ ରାଜ୍ୟ ହେବା ସତ୍ତ୍ୱେ କଣ ପାଇଁ ତାକୁ କମ ଟଙ୍କା ଦିଆଗଲା ସେଥିନେଇ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ। କେବଳ ଏତିକି ନୁହେଁ ଗୃହମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ସେ ସମାନ ପ୍ରସଙ୍ଗ ଉଠାଇଥିଲେ ବୋଲି ନିଜେ ଏକ ପ୍ରେସ କନଫରେନସ ବେଳେ କହିଛନ୍ତି ମମତା।


ପଡ଼ୋଶୀ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ପ୍ରତି ମମତାଙ୍କର ଏଭଳି ବିପରୀତ ମନୋଭାବକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଏହି ସମୟରେ ବାତ୍ୟା ଅମ୍ଫାନର ପ୍ରଭାବରେ ଓଡ଼ିଶା, ବେଙ୍ଗଲ ଉଭୟେ ପ୍ରଭାବିତ ହୋଇଥିଲା। ସେତେବେଳେ ଓଡ଼ିଶାକୁ ୫୦୦କୋଟି ଟଙ୍କା ଏବଂ ପଶ୍ଟିମବଙ୍ଗକୁ ୧୦୦୦ କୋଟି ଟଙ୍କାର ଅଗ୍ରୀମ ପ୍ୟାକେଜ ଘୋଷଣା କରାଯାଇଥିଲା। ସେତେବେଳେ ଏଥିନେଇ ଓଡ଼ିଶା କୌଣସି ଆପତ୍ତି କରିନଥିଲା,କିନ୍ତୁ ଏବେ କଣ ପାଇଁ ପଶ୍ଚିମବଙ୍ଗ ଏପରି କରୁଛି ଏହା ସମସ୍ତଙ୍କ ମନରେ ଅଜବ ପ୍ରକାରର ପ୍ରଶ୍ନ ସୃଷ୍ଟି କରିଛି।