ଦେଖନ୍ତୁ ଭିଡ଼ିଓ: ମୋଦୀଙ୍କୁ ଏମିତି ଦେଲା ଉତ୍ତର ଦେଲେ କୁନି ପିଲା; କହିଲା “ମୁଁ ଆପଣଙ୍କର...”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର କଲବୁର୍ଗୀରେ ପିଲାମାନଙ୍କ ସହ କଥାବାର୍ତ୍ତା କରିଥିଲେ । ପିଏମ ମୋଦୀ ପିଲାମାନଙ୍କ ସହ କଥାବାର୍ତ୍ତା କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ଖୁବ ମଜାଳିଆ ଢଙ୍ଗରେ କଥାବାର୍ତ୍ତା କରୁଛନ୍ତି ।
ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ଖେଳନ୍ତି । ସେ ନିଜ ହାତରେ ବିଭିନ୍ନ ମୁଦ୍ରା ତିଆରି କରନ୍ତି ଏବଂ ପିଲାମାନଙ୍କୁ ସେସବୁ ତିଆରି କରିବାକୁ କୁହନ୍ତି ।
ଦେଖନ୍ତୁ ଭିଡିଓ :-
#WATCH | Karnataka: Prime Minister Narendra Modi had a light-hearted interaction with children in Kalaburagi earlier today, before the roadshow here. pic.twitter.com/HYOoei56xf
— ANI (@ANI) May 2, 2023
ଭାଇରାଲ୍ ଭିଡିଓ କ୍ଲିପ୍ ରେ ପିଏମ ମୋଦୀ ପିଲାମାନଙ୍କ ପାଖକୁ ଯାଇ ସେମାନଙ୍କୁ ପଚାରନ୍ତି, “ସମସ୍ତେ ସ୍କୁଲ ଯାଉଛ?” ଏହାପରେ ପିଲାମାନେ ଉତ୍ତର ଦେଲେ,“ହଁ ସାର୍ ।" ପିଏମ ମୋଦୀ ପିଲାମାନଙ୍କ ସହ କିଛି ସମୟ ଅତିବାହିତ କଲେ ଏବଂ ସେମାନଙ୍କୁ ଅଧ୍ୟୟନ କରିବାକୁ ନିବେଦନ କରିଥିଲେ ।
ଏହା ବ୍ୟତୀତ ପିଏମ ମୋଦୀ ପିଲାମାନଙ୍କୁ ପଚାରିଲେ, "ତୁମେମାନେ କ’ଣ ହେବାକୁ ଚାହୁଁଛ ?" ମୋଦୀ ପିଲାମାନଙ୍କୁ କହିଥିଲେ, “ପାଠ ପଢିବ, ସମସ୍ତେ ପାଠ ପଢିବ । ଆଛା ତୁମେମାନେ ପାଠ ପଢି କ’ଣ ହେବ ?” ଏହା ଉପରେ ଜଣେ ଶିଶୁ କହିଛନ୍ତି ଯେ ମୁଁ ପୋଲିସ ହେବାକୁ ଚାହୁଁଛି । ଅନ୍ୟ ଜଣେ କହିଛନ୍ତି ଯେ ସେ ଡାକ୍ତର ହେବାକୁ ଚାହୁଁଛନ୍ତି, ଆଉ ଜଣେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ହେବାକୁ ଚାହୁଁଛନ୍ତି ।
ଆହୁରି ପଢନ୍ତୁ :- ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ମମତା, କହିଲେ- ମୁଁ ଚାହୁଁଛି ଦେଶରେ ବିଜେପି ଜିରୋ ହେଇଯାଉ ନହେଲେ...
ଏହାପରେ ମୋଦୀ ପିଲାମାନଙ୍କୁ ପଚାରିଛନ୍ତି, “ପ୍ରଧାନମନ୍ତ୍ରୀ ହେବାକୁ ତୁମମାନଙ୍କ ମନ ହେଉନି ।" ଏହାର ଉତ୍ତରରେ ଜଣେ ପିଲା କୁହେ, “ମୁଁ ତୁମ ପରି ହେବାକୁ ଚାହେଁ ।” ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ନିଜ ଜିଲ୍ଲା କଲବୁର୍ଗୀରେ ଏକ ରୋଡ୍ ଶୋ’ କରିଥିଲେ ।