ଦେଖନ୍ତୁ ଭିଡ଼ିଓ: ଲୁଚିଛପି ପ୍ରେମ କରୁଥିଲା ସ୍ୱାମୀ, ବିଚ୍ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ପିଟିଲା ସ୍ତ୍ରୀ, ଭିଡିଓ ଭାଇରାଲ୍
Fri, 3 Mar 2023

ସମସ୍ତ ସମ୍ପର୍କ ବିଶ୍ୱାସ ଏବଂ ପ୍ରେମ ଉପରେ ଆଧାରିତ । ଥରେ ବିଶ୍ୱାସ ଭାଙ୍ଗିଗଲେ, ସମ୍ପର୍କ ମଧ୍ୟରେ ମତଭେଦ ଦେଖାଦେଇଥାଏ । ବିଶ୍ୱାସ ବିନା କୌଣସି ସମ୍ପର୍କ ଦୀର୍ଘ ସମୟ ଧରି ରହିପାରିବ ନାହିଁ । ତେଣୁ, ବିନା ସନ୍ଦେହରେ ଏହା କୁହାଯାଇପାରେ ଯେ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବିଶ୍ୱାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନ ସାଥୀଙ୍କ ବିଶ୍ୱାସ ଭାଙ୍ଗନ୍ତି ଏବଂ ଗୁପ୍ତରେ ଅନ୍ୟ ପୁଅ / ଝିଅକୁ ଭଲ ପାଆନ୍ତି । ଯେତେବେଳେ ଏହା ଘଟେ ପରିସ୍ଥିତି ଭୟଙ୍କର ହୋଇଥାଏ । ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଠାରେ ପରକୀୟ ପ୍ରୀତି ସମ୍ପର୍କ ବିଷୟରେ ଜାଣିବା ପରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ରାସ୍ତା ମଝିରେ ମାଡ ମାରିଥିଲେ।
ଭାଇରାଲ ଭିଡିଓରେ ଜଣେ ମହିଳା ରାସ୍ତାର ମଝିରେ ପୁରୁଷଙ୍କ ଶାର୍ଟ ଟାଣୁଥିବାର ନଜର ଆସିଛନ୍ତି । ବିବାହ ପରେ ସେ କିପରି ସଂଘର୍ଷ କରିଥିଲେ ଏହା କହିବା ସହ ସମ୍ପୃକ୍ତ ମହିଳା ଜଣଙ୍କ ବ୍ୟକ୍ତି ଙ୍କ ଗାଲରେ ଚାପୁଡ଼ା ମାରିଥିଲେ । ଏହି ସମୟରେ ମହିଳା ଜଣକ କହୁଛନ୍ତି, 'ତୁମେ ଦ୍ୱିତୀୟ ଥର ବିବାହ କରିବ, ତୁମେ ଦ୍ୱିତୀୟ ଥର ବିବାହ କରିବ କି ?' ପରେ ଦେଖାଗଲା ଯେ ମହିଳା ଜଣକ ରାସ୍ତା ମଝିରେ ଶାର୍ଟ ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଥିଲେ ।@gharkekalesh pic.twitter.com/p4ottAZymg
— Arhant Shelby (@Arhantt_pvt) February 26, 2023
ଏହି ଭାଇରାଲ ଭିଡିଓକୁ ଅରହନ୍ତ ସେଲବି ଟ୍ୱିଟରରେ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି କାର୍ଯ୍ୟ ପାଇଁ ଅଧିକାଂଶ ଲୋକ ମହିଳାଙ୍କୁ ପ୍ରଶଂସା କରିଛନ୍ତି । କାରଣ ତାଙ୍କ ଅଧିକାର ପାଇଁ ସେ ଯେଉଁଭଳି ଭାବରେ ଲଢୁଥିଲେ ଏହାକୁ ନେଇ ଲୋକମାନେ ତାଙ୍କୁ ପ୍ରଶଂସା କରିଥିଲେ ।