ଦେଖନ୍ତୁ ଭିଡିଓ: ଭୁବନେଶ୍ୱରରେ ମିଳିଲେ ପ୍ରକୃତ ଖୁସି ମଣିଷ, ନିଜ ଛୁଆ ଭଳି ସାଇକେଲ ଆଗରେ ବସିଛି କୁକୁର

 
Kukura manisha

କେବେ ଭାବିଛନ୍ତି ଏ ଜିବନର ଅର୍ଥ କଣ । ଖାଲି କଣ ପୁଳା ପୁଳା ଟଙ୍କା କମାଇବା , ନାମୀ ଦାମୀ ଗାଡ଼ିରେ ଚଢିବା , ଗୋଟେ ବଡ ଘରେ ରହିବା ଓ ବ୍ରାଣ୍ଡର ଜିନିଷ ବ୍ୟବହାର କରିବା ହେଉଛି ଜୀବନ । ଯଦି ଏ ହିଁ ଜୀବନର ମାନେ ହୁଏ ତେବେ ଏତେ ସବୁ ଥାଇ ମଧ୍ୟ ଲୋକେ ଜୀବନରେ କଣ ପାଇଁ ଖୁସି ପାଉ ନାହାଁନ୍ତି ।

ବର୍ତ୍ତମାନ ସମୟରେ କେହି ବର୍ତ୍ତମାନରେ ବଞ୍ଚିବାକୁ ପ୍ରସ୍ତୁତ ନାହାନ୍ତି । କିଏ ଭବିଷ୍ୟତ ପାଇଁ ଚିନ୍ତା କରୁଛି ତ କିଏ ଅତୀତର ମୁହୂର୍ତ୍ତକୁ ମନରେ ଦୋହରାଉଛି ।

 

ଫିଏପରି ଏକ ବିଭ୍ରାନ୍ତକାରୀ ସମୟ ଭିତରେ ଦେଖିବାକୁ ମିଳିଛି ଏକ ସୁନ୍ଦର ଭିଡିଓ । ଯେଉଁ ଭିଡିଓରେ ଆପଣ ଦେଖି ପାରିବେ ରାଜଧାନୀର ରାଜରାସ୍ତାରେ ଜଣେ ବ୍ୟକ୍ତି ନିଜର ସାଇକେଲରେ ନିଜର ଅତି ପ୍ରିୟ କୁକୁରକୁ ବସାଇ ବେଶ୍ ଖୁସିରେ ଯାତ୍ରା କରୁଛନ୍ତି ।

ନା ଅଛି ମନରେ ଦୁଃଖ , ନା ଜୀବନରେ ବହୁତ କିଛି ପାଇବାର ଆଶା । ବ୍ୟସ୍ତ ବହୁଳ ଜୀବନରେ ଯେଉଁଠୀ ଲୋକ ମାନେ ବେଶ୍ ତରବର ଅଛନ୍ତି ସେଇଠି ସେହି ବ୍ୟକ୍ତି ଜଣକ ବେଶ୍ ଆରାମରେ ସାଇକେଲ ଚଲାଇ ଯାଉଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଖାଲି ବ୍ୟକ୍ତି ଜଣକ କାହିଁକି କୁକୁରଟି ବି ନାଲି ପୋଷାକରେ ବେଶ୍ ସୁନ୍ଦର ଦିଶୁଛି । ନିଜ ମାଲିକର ସାଇକେଲ ଉପରେ ରାଜା ଭଳି ନିର୍ଭୟରେ ଛିଡ଼ା ହୋଇଛି । ଯେମିତି ତାର ଢେର୍ ବିଶ୍ୱାସ ରହିଛି ମାଲିକ ବନ୍ଧୁ ଉପରେ ।

ସେ ଜମା ତାକୁ ଫୋପାଡିବନି । ସତରେ ଛୋଟିଆ ଘଟଣା ଟିଏ । ଅନେକ ଏହାକୁ ଦେଖି ଅଣଦେଖା ମଧ୍ୟ କରି ଦେଇଥିବେ । ହେଲେ ଆଜିର ଆଶାବାଦୀ ମଣିଷକୁ ବହୁତ କିଛି ଶିଖାଇ ଦେଇଗଲା ଏହି ଦୃଶ୍ୟଟି ।