ଦେଖନ୍ତୁ ଭିଡ଼ିଓ: ଚଳନ୍ତା ବାଇକରେ ଚାଲିଛି ରୋମାନ୍ସ, ପ୍ରେମିକା କୋଳରେ‌ ବସାଇ କିଛି ଏମିତି କରୁଥିଲେ ଝିଅ-ପୁଅ

 
Romance

କିଛିଦିନ ପୂର୍ବରୁ ଲକ୍ଷ୍ନୌର ସଡକରେ ସ୍କୁଟିରେ ରୋମାନ୍ସ ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପୁଣିଥରେ ଏକ ସମାନ ଘଟଣା ସାମନାକୁ ଆସିଛି । ହରଦୋଇରେ ବାଇକରେ ଯାଉଥିବା ବେଳେ ପ୍ରେମୀ ଯୁଗଳଙ୍କ ରୋମାନ୍ସର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରେମିକାଙ୍କୁ କୋଳରେ ବସେଇ ବାଇକ ଚଳାଉଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାପରେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Couple Romance on Bike

ଘଟଣାଟି ହରଦୋଇର ସୀତାପୁର ଅଞ୍ଚଳର ବୋଲି କୁହାଯାଉଛି । ଗୋଟିଏ ବାଇକରେ ପ୍ରେମୀ ଯୁଗଳ ଯାଉଥିବା ବେଳେ ପ୍ରେମିକାଙ୍କୁ ଗାଡିର ଟାଙ୍କିରେ ବସାଇ ଦ୍ରୁତ ଗତିରେ ବାଇକ ଚଳାଉଥିବା ଦେଖିବାକୁ ମିଳିଛି । ଏହାସହିତ ଉଭୟ ରୋମାନ୍ସ କରୁଥିବାର ମଧ୍ୟ ଦେଖାଯାଇଛି ।

ଦେଖନ୍ତୁ ଭିଡିଓ :- 

ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି କ୍ୟାରଲେସ ହୋଇ ଗାଡି ଚଳାଇବା ଉଭୟଙ୍କ ସହିତ ଆଖପାଖରେ ଥିବା ଲୋକମାନଙ୍କ ପାଇଁ ମଧ୍ୟ ବିପଦ ହୋଇପାରେ । ତେବେ ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ବାଇକ ନମ୍ବରକୁ ଯାଞ୍ଚ କରି ଯୁବକର ଅନୁସନ୍ଧାନ କରୁଛି ।

ଏହାପୂର୍ବରୁ ଲକ୍ଷ୍ନୌରେ ମଧ୍ୟ ଏହି ଭଳି ଏକ ଭିଡିଓ ଭାଇରାଲ ହୋଇଥିଲା । ଯୁବକ-ଯୁବତୀ ଗୋଟିଏ ସ୍କୁଟିରେ ରୋମାନ୍ସ କରି ଗାଡି ଚଳାଉଥିବାର ଭିଡିଓ ଭାଇରାଲ ପରେ ପୋଲିସ ଯୁବକକୁ ଜେଲ ପଠେଇଦେଇଥିଲା । ତେବେ ପୁଣିଥରେ ସମାନ ଘଟଣା ସାମନାକୁ ଆସିବା ପରେ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି କାର୍ଯ୍ୟକଳାପ ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନ ପାଇଁ ମଧ୍ୟ ବିପଦ ସାଜିପାରେ ।