ଦେଖନ୍ତୁ ଭିଡ଼ିଓ: ବିବାହ ପୂର୍ବରୁ ପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାରୁ ମିଳିଲା ୧୦୦ ବେତ ପାହାର, ମହିଳାଙ୍କ ଅବସ୍ଥା ଏମିତି ହେଲା ଯେ...

 
Woman beaten 100 times

ବର୍ତ୍ତମାନ ସମୟରେ ଭାରତରେ ବିବାହ ପୂର୍ବରୁ ପ୍ରେମୀଯୁଗଳଙ୍କୁ ଲିଭ୍-ଇନ୍ ରିଲେସନ୍ ରେ ରହିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ବିଶ୍ୱରେ ଏଭଳି କିଛି ଦେଶ ରହିଛି ଯେଉଁଠାରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ଅପରାଧ ଭାବରେ ବିବେଚନା କରା ଯାଇଥାଏ। ଇଣ୍ଡୋନେସିଆ ଦେଶରୁ ଏହିପରି ଏକ ଦୃଶ୍ୟ ସାମ୍ନାକୁ ଆସୁଛି ଯେଉଁଠାରେ ବିବାହ ପୂର୍ବରୁ ଭାବି ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବାରୁ ଜଣେ ମହିଳାଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି।

ଇଣ୍ଡୋନେସିଆର ଏହିହା ଅଞ୍ଚଳରେ ଏହି ଘଟଣା ଘଟିଥିଲା ଯେଉଁଠାରେ ମହିଳାଜଣକ ସହ ବିବାହ କରିବାକୁ ଯାଉଥିବା ପୁରୁଷ ବନ୍ଧୁଙ୍କ ମଧ୍ୟରେ ବିବାହ ପୂର୍ବରୁ ଶାରିରିକ ସମ୍ପର୍କ ରହିଥିବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ଠୋସ୍ ପ୍ରମାଣ ମିଳିବା ପରେ ଉଭୟଙ୍କୁ ସର୍ବସମ୍ମୁଖରେ ୧୦୦ ବେତ ପାହାର ଦେବାକୁ ନିର୍ଦେଶ ଦିଆଯାଇଥିଲା।

ପ୍ରଥମେ ଯୁବକଙ୍କୁ ୧୦୦ ବେତ ପାହାର ଦିଆଯାଇଥିଲା ଯେଉଁଥିରେ ସେ ଗୁରୁତର ହୋଇପଡିଥିଲେ। କିନ୍ତୁ, ଏହାପରେ ଉକ୍ତ ମହିଳାଙ୍କୁ ୧୦୦ ପାହାର ବେତ ମାଡ଼ ଦିଆଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଯୁବକଙ୍କୁ ଡାକ୍ତରଖାନାରେ ବର୍ତ୍ତି କରାଯାଇଥିବା ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଣ୍ଡୋନେସିଆରେ ବ୍ୟଭିଚାର, ମଦ୍ୟପାନ ବିବାହ ପୂର୍ବରୁ ସମ୍ପର୍କ ରଖିବା ସହ ସମଲିଙ୍ଗୀ ସମ୍ପର୍କକୁ ଗୁରୁତର ଅପରାଧ ବୋଲି ବିବେଚନା କରାଯାଇଥାଏ। ଇଣ୍ଡୋନେସିଆର ଏହି ପ୍ରାନ୍ତରେ ଏହି ଅପରାଧ ଗୁଡିକ ପାଇଁ ଏହିଭଳି କଠୋର ଦଣ୍ଡ ଦିଆଯାଇଥାଏ। ଏହା କରିବା ଦ୍ୱାରା ଦେଶରେ ଅପରାଧ କାମୁଥିବା ନେଇ ଏଠାକାର ସରକାର କହିଥିବା ବେଳେ ଏପରି ଦଣ୍ଡକୁ ତୁରନ୍ତ ବନ୍ଦ କରିବାକୁ କେତକ ମାନବାଧିକାର ସଂସ୍ଥା ଦାବି କରିଛନ୍ତି। ଦେଖନ୍ତୁ ଭିଡ଼ିଓ:-