ଦେଖନ୍ତୁ ଭିଡ଼ିଓ: ପକ୍ଷୀକୁ ଏଭଳି ଭାବରେ ମାରି ଖାଇଲା ବିଶାଳକାୟ କଇଁଛ ! କ୍ଲିକ୍ କରି ଦେଖନ୍ତୁ ଏହି ଅଜବ ଦୃଶ୍ୟ

 
Turtle eats bird

ସାଧାରଣତଃ କଇଁଛ କଥା ଉଠିଲେ ଏହା ଏକ ନିରୀହ ଏବଂ ସକାହାରୀ ଜୀବ ବୋଲି ଆମମାନଙ୍କର ଧାରଣା ରହି ଆସିଛି। ଏପରିକି କେତେକ ଲୋକେ ଏହାକୁ ପୋଷା ଭାବରେ ଘରେ ମଧ୍ୟ ରଖିଥାନ୍ତି। କଇଁଛକୁ ଘରେ ରଖିଲେ ଘରକୁ ସୁଖଃ ସମୃଦ୍ଧିର ଆଗମନ ହୁଏ ବୋଲି ବିଶ୍ୱାସ କରାଯାଏ। କିନ୍ତୁ, ଇଣ୍ଟରନେଟରେ କଇଁଛଟିଏ ଏକ ପକ୍ଷୀର ଶିକାର କରୁଥିବା ସମୟର ଭିଡ଼ିଓ ଭାଇରାଲ ହେବାର ଲାଗିଛି।

Turtle

ଭାଇରାଲ ହୋଇଥିବା ଭିଡ଼ିଓରେ ଏକ ବିଶାଳ କଇଁଛ ଏକ ଛୋଟ ପକ୍ଷୀକୁ ଖାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ପ୍ରଥମ ଚେଷ୍ଟାରେ କଇଁଛଟି ପକ୍ଷୀଟିକୁ ଖାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଏଥିରେ ବିଫଳ ହେଉଛି। କିଛି ଏହାର ଅଳ୍ପ ସମୟ ପରେ କଇଁଛଟି ପୁଣି ଥରେ ପକ୍ଷୀ ଉପରେ ଆକ୍ରମଣ କରି ଏହାକୁ ଗିଳି ଦେଉଥିବାର ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓଟିକୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଜର ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଶେୟାର କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଧାରଣତଃ କଇଁଛମାନେ ସକାହାରୀ ହୋଇଥାନ୍ତି। କିନ୍ତୁ, "ସ୍ନାପିଙ୍ଗ ଟର୍ଟଲ" ପ୍ରଜାତିର କଇଁଛ ଗୁଡିକ ମାଂଶାସି ହୋଇଥାନ୍ତି। ସେମାନେ ଛୋଟ ଛୋଟ ପକ୍ଷୀ, ଜୀବଜନ୍ତୁ ଏବଂ ମାଛ ଶିକାର କରି ଖାଇଥାନ୍ତି।