ଟ୍ୟୁସନରୁ ସାରଙ୍କ ପ୍ରେମରେ +୨ ଛାତ୍ରୀ, ଦୁହେଁ ଫେରାର୍ ହୋଇ ହୋଇଗଲେ ବାହା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sir chatri

ଆମ ସମାଜରେ ଶିକ୍ଷକଙ୍କୁ ପୂଜା କରାଯାଇଥାଏ। କିନ୍ତୁ ଆଜିକାଲି ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ଅନେକ ନଜିର ସାମ୍ନାକୁ ଆସୁଛି। ପୂର୍ବରୁ ଚଳଚିତ୍ରରେ ଏପରି ପ୍ରେମ କାହାଣୀ ଦେଖାଯାଉଥିବା ବେଳେ, ବର୍ତ୍ତମାନ ରିଅଲ୍ ଲାଇଫରେ ଏଭଳି ଘଟଣା ଦେଖିବାକୁ ମିଳୁଛି।

ଧାନବାଦ ଜିଲ୍ଲାରେ ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି, ଯେଉଁଠାରେ ଟ୍ୟୁସନ୍ କରିବାକୁ ଆସୁଥିବା ଶିକ୍ଷକଙ୍କ ପ୍ରେମରେ ପଡିଯାଇଥିଲା ଜଣେ ଯୁକ୍ତ ଦୁଇ ଛାତ୍ରୀ। ଦୁହେଁ ପରସ୍ପରକୁ ପସନ୍ଦ କରିବା ସହ ଘରୁ ଲୁଛି ବିବାହ କରିଥିଲେ। କେବଳ ଏତିକି ନୁହେଁ, ସାର୍ ପୂର୍ବରୁ ବିବାହିତ ଥିବା ସହ ୨ଟି ସନ୍ତାନ ମଧ୍ୟ ଅଛି। ବିବାହର କିଛି ସମୟ ପରେ ଏହି ନବ ବିବାହିତ ଦମ୍ପତି ସିଧା ମହିଳା ପୋଲିସ ଷ୍ଟେସନକୁ ଯାଇ ସେମାନଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ।

ଧାନବାଦ ଜିଲ୍ଲାର ବାଲିପୁର ପୋଲିସ ଷ୍ଟେସନ ଅଞ୍ଚଳର ସୁୱରିଆ ଗ୍ରାମରେ ରହୁଥିବା ଶିକ୍ଷକ ଓ ସଂପୃକ୍ତ ଯୁବତୀ ଗତ ୪ ବର୍ଷ ହେବ ପରସ୍ପରକୁ ଭଲପାଉଥିଲେ। ଏହି ଦମ୍ପତିଙ୍କ କହିବା ଅନୁଯାଇ ଟ୍ୟୁସନ ସମୟରେ ସେମାନଙ୍କ ସ୍ନେହ ପ୍ରେମରେ ପରିଣତ ହୋଇଥିଲା। କିନ୍ତୁ ଏହାପରେ, ଯେତେବେଳେ ଝିଅର ପରିବାର ଲୋକେ ଝିଅର ବିବାହ ଅନ୍ୟତ୍ର ସ୍ଥିର କରିଥିଲେ, ସେତେବେଳେ ଦୁହେଁ ନିଜ ପରିବାରକୁ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାଇଥିଲେ। କିନ୍ତୁ ଉଭୟଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ପରିବାର ଲୋକେ ରାଜି ନ ହେବାରୁ, ପ୍ରେମୀ ଯୁଗଳ ଘରୁ ଫେରାର ହୋଇ ଭୁପୋଡ ମନ୍ଦିରରେ ପହଞ୍ଚି ବିବାହ କରିଥିଲେ। କିନ୍ତୁ, ଉଭୟଙ୍କ ପରିବାର ଲୋକେ ଏହି ବିବାହକୁ ଗ୍ରହଣ କରିନଥିଲେ। ତେବେ ପ୍ରେମ ବିବାହ ପରେ ଥାନାକୁ ଆସିଥିବା ଦମ୍ପତିଙ୍କ ପରିବାରକୁ ଡାକି ଆପୋଷ ସମାଧାନ କରିବା ପାଇଁ ପୋଲିସ ଚେଷ୍ଟା କରିଥିଲା। ​​

କିନ୍ତୁ ସେମାନଙ୍କ ପରିବାର ଲୋକେ ପୋଲିସର କଥା ଶୁଣିନଥିଲେ ଏବଂ ବିବାହର ବିରୋଧ କରିଥିଲେ। ଅନ୍ୟପଟେ, ନବ ବିବାହିତା ଦମ୍ପତ୍ତି ମଧ୍ୟ ଏକାଠି ରହିବାକୁ ଜିଦ୍ ଧରିଥିଲେ ଫଳରେ ପୋଲିସ ନବଦମ୍ପତ୍ତିଙ୍କୁ ସୁରକ୍ଷା ଦେବାକୁ ବାଧ୍ୟ ହୋଇଛି। ଏବଂ ଶିକ୍ଷକଙ୍କ ପ୍ରଥମ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।