ଦେଖନ୍ତୁ ଭିଡ଼ିଓ: ଜିମ୍ ଭିତରକୁ ପଶି ଏମିତି କଲେ ମୂର୍ଖ ତାଲିବାନୀ ଆତଙ୍କବାଦୀ, ଭିଡ଼ିଓ ଦେଖିଲେ ହସିବେ ଆପଣ….

 
Taliban enters gym

ତାଲିବାନ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନ ରାଜଧାନୀ କାବୁଲ ଉପରେ କବ୍ଜା କରିଛି। ଗତ କିଛି ଦିନ ହେବ ଦେଶର ବିଭିନ୍ନ ସହର ଗୁଡିକ ଉପରେ କବ୍ଜା କରିବା ପରେ ଏବେ ଦେଶର ରାଜଧାନୀ ଓ ରାଷ୍ଟ୍ରପତି ଭବନ ଉପରେ ଆତଙ୍କବାଦୀମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ଏପରି ପରିସ୍ଥିତିରେ ଭିନ୍ନ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସୁଛି।

ଗୋଟିଏ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଯେଉଁଥିରେ କିଛି ତାଲିବାନୀ ଆତଙ୍କବାଦୀ ଏକ ମଲ୍ଟି ଜିମ୍ ଭିତରେ ପଶି ଯାଇଥିବା ଦେଖିବାକୁ ମିଳୁଛି। ସେଠାରେ ଥିବା ଉପକରଣ ଗୁଡିକୁ ସେମାନେ ଖେଳନା ପରି ବ୍ୟବହାର କରୁଛନ୍ତି। ଭିଡ଼ିଓରେ ତାଲିବାନୀ ମାନଙ୍କୁ ଦେଖିଲେ ଏପରି ଲାଗୁଛି ଯେମିତି ଏହି ଜିମ୍ ଉପକରଣ ଗୁଡିକୁ ସେମାନେ ଜୀବନରେ ପ୍ରଥମ ଥର ପାଇଁ ଦେଖୁଛନ୍ତି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଲୋକଙ୍କୁ ହସିବାର ଖୋରାକ ଯୋଗାଇ ଦେଇଛି।

ଦେଖନ୍ତୁ ଭିଡ଼ିଓ:-

ତେବେ, ଏହି ଦୃଶ୍ୟ ଆଫଗାନିସ୍ତାନର ପ୍ରେସିଡେନ୍ସିଆଲ ହାଉସ ଭିତରେ ଥିବା ଜିମ୍ ଭିତରର ଦୃଶ୍ୟ ବୋଲି ସୂଚନା ମିଳିଛି। ଭିଡ଼ିଓଟିର ଅନ୍ୟ ଏକ ଦୃଶ୍ୟରେ ତାଲିବାନ ସେନା ଆଫଗାନିସ୍ତାନ ପାର୍ଲିଆମେଣ୍ଟ କୁ ନିଜ ଅଧୀନକୁ ନେଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।