ଦେଖନ୍ତୁ ଭିଡ଼ିଓ: ଲୋକଙ୍କୁ କରୋନା ପ୍ରତି ସଚେତନ କରାଇବାକୁ ପୋଲିସ ବାଛିଲା ଅଜବ ଉପାୟ, ସମସ୍ତଙ୍କ ଆଗରେ କଲେ ଡ୍ୟାନ୍ସ ଏବଂ...

 
ଦେଖନ୍ତୁ ଭିଡ଼ିଓ: ଲୋକଙ୍କୁ କରୋନା ପ୍ରତି ସଚେତନ କରାଇବାକୁ ପୋଲିସ ବାଛିଲା ଅଜବ ଉପାୟ, ସମସ୍ତଙ୍କ ଆଗରେ କଲେ ଡ୍ୟାନ୍ସ ଏବଂ...

ସୋସିଆଲ ମିଡିଆରେ କେରଳ ପୋଲିସ ଏକ ସ୍ୱତନ୍ତ୍ର ଉପାୟରେ କରୋନା ପ୍ରତି ଲୋକଙ୍କୁ ସଚେତନ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ କେରଳ ପୋଲିସର କିଛି କର୍ମଚାରୀ ରାତିରେ ସେମାନଙ୍କ ଗାଡି ଆଗରେ ନାଚୁଥିବାର ନଜର ଆସୁଛନ୍ତି।

  ପ୍ରକୃତରେ, କେରଳ ପୋଲିସ କୋଭିଡ-୧୯ ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଏହି ଭିଡିଓ ଜାରି କରିଛି। ଏଥିରେ ପୋଲିସ୍ ୟୁନିଫର୍ମ ପିନ୍ଧି କରି ସୁପର ହିଟ୍ ତାମିଲ ଗୀତ 'ଏନଜଏ ଏନଜାମି'ର ପାରୋଡିରେ ନାଚୁଥିବାର ଦେଖିବାକୁ ମିଳୁଛି ଏବଂ ସେମାନେ ଏହା ଦ୍ୱାରା ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏବଂ ଟୀକାକରଣ କରିବାକୁ ସଚେତନ କରାଉଛନ୍ତି।

ଏହି ଭିଡିଓଟି କେରଳ ପୋଲିସର ଫେସବୁକ୍ ପୃଷ୍ଠାରେ ୨୭ ଏପ୍ରିଲରେ ସେୟାର କରାଯାଇଥିଲା, ତେବେ ଖବର ଲେଖାଯିବା ବେଳକୁ ଏଥିରେ ୩୫ ହଜାରରୁ ଅଧିକ ପ୍ରତିକ୍ରିୟା ଆସିବା ସହ ୧୪ ହଜାର ରୁ ଅଧିକ ଥର ଏହା ସେୟାର ହୋଇସାରିଛି। ଏଥିସହ ଲୋକମାନେ ଏଥିରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଥିବା ବେଳେ ପୋଲିସର  ଏହି କାର୍ଯ୍ୟକୁ ଖୁବ ପ୍ରଶଂସା କରୁଛନ୍ତି।