ଦେଖନ୍ତୁ ଭିଡ଼ିଓ: ରାସ୍ତାରେ ଯାଉଥିଲା ଯୁବକ ହଠାତ୍ ମୋବାଇଲ ରେ ଲାଗିଗଲା ନିଆଁ, ପୁରା ଭିଡ଼ିଓ ଦେଖିଲେ ମୋବାଇଲ ଧରିବାକୁ ଡରିବେ ଆପଣ

 
ଦେଖନ୍ତୁ ଭିଡ଼ିଓ: ରାସ୍ତାରେ ଯାଉଥିଲା ଯୁବକ ହଠାତ୍ ମୋବାଇଲ ରେ ଲାଗିଗଲା ନିଆଁ, ପୁରା ଭିଡ଼ିଓ ଦେଖିଲେ ମୋବାଇଲ ଧରିବାକୁ ଡରିବେ ଆପଣ

ଆଜିର ଦିନରେ, ଫୋନ୍ ମଣିଷର ଏକ ଅତ୍ୟାବଶ୍ୟକ ଅଂଶ ହୋଇ ସାରିଛି। କିନ୍ତୁ ଏହି ଫୋନ୍ କିପରି କାହାର ଜୀବନ ନେବାର କାରଣ ମଧ୍ୟ ହୋଇପାରେ ତାହା ଭାବି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। ଆଜ୍ଞା ହଁ, ବର୍ତ୍ତମାନ ଏପରି ଏକ ବିପଜ୍ଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ବ୍ୟାଗରେ ଥିବା ଫୋନ୍ ରେ ହଠାତ୍ ନିଆଁ ଲାଗିଯାଉଥିବା ଦୃଶ୍ୟ କ୍ୟାମେରା ରେ କଏଦ ହୋଇଛି।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଦ୍ୱାରା ଏହି ଘଟଣାର ଭିଡିଓ ସେୟାର କରାଯାଇଥିଲା। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ରାସ୍ତାରେ ଯାଉଛନ୍ତି, ଯେତେବେଳେ ହଠାତ୍ ତାଙ୍କ ବ୍ୟାଗରେ ନିଆଁ ଲାଗି ଯାଉଛି ଏବଂ ନିଆଁ କୁ ଦେଖି ଲୋକଟି ଯଥା ଶୀଘ୍ର ବ୍ୟାଗକୁ ତଳେ ପକାଇ ଦେଉଛନ୍ତି।

ଖବର ଅନୁଯାୟୀ, ନିଆଁ ଏତେ ବିପଜ୍ଜନକ ଥିଲା ଯେ ବ୍ୟକ୍ତିଙ୍କର କେଶ, ଆଖି ଏବଂ ହାତ ଜଳି ଯାଇଥିଲା। ତେବେ ପାଖରେ ପାର୍କିଂ ହୋଇଥିବା କୌଣସି ବାଇକ୍ ମଧ୍ୟ ନିଆଁରେ ପୋଡି ହୋଇ ଯିବାର ସମ୍ଭାବନା ଥିବା ଭିଡ଼ିଓ ରୁ ସ୍ପଷ୍ଟ ଜଣାପଡୁଛି। ଏହି ବ୍ୟକ୍ତିଙ୍କ କହିବା ଅନୁଯାଇ ୨୦୧୬ ରେ ସେ ଏହି ସାମସଙ୍ଗ ଫୋନ୍ କିଣିଥିଲେ। ତେବେ ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ତାଙ୍କ ଫୋନ୍  କୌଣସି ପ୍ରକାର ଚାର୍ଜିଂରେ ନିୟୋଜିତ ନଥିବା ସ୍ପଷ୍ଟ କରିଛନ୍ତି ଏହି ବ୍ୟକ୍ତି। 

ଏବେ ଦେଖନ୍ତୁ ଏହି ଭିଡ଼ିଓ:-