ଦେଖନ୍ତୁ ଭିଡ଼ିଓ: ରାସ୍ତା ଉପରେ କିଙ୍ଗ କୋବ୍ରାକୁ ଧରି ତା ଉପରେ ଠିଆ ହେଲେ ଏହି ବ୍ୟକ୍ତି, ଭିଡ଼ିଓ ଦେଖିଲେ ତାଯୁବ ହେଇଯିବେ ଆପଣ

 
Cobra

ବିଷଧର ସାପମାନଙ୍କ ମଧ୍ୟରେ କିଙ୍ଗ କୋବ୍ରା ଅନ୍ୟତମ, ଏହି ସାପ କାମୁଡ଼ିଲେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କିଛି ଲୋକ ଏକ କିଙ୍ଗ କୋବ୍ରାକୁ ବର୍ବରତାର ସହ ଧରୁଥିବା ଦେଖିବାକୁ ମିଳୁଛି ଯାହାକୁ ନେଇ ପଶୁପ୍ରେମୀମାନେ ପ୍ରଶ୍ନ ଉଠାଇଛନ୍ତି।

ଏହି ଭିଡ଼ିଓରେ ଏକ ସାପ ଆରାମରେ ଜଙ୍ଗଲ ଭିତରକୁ ଯାଉଥିବାର ଦେଖାଯାଉଛି। ଏହି ସମୟରେ କିଛି ଲୋକ ତାକୁ ଧରି ରାସ୍ତା ଉପରେ ଏହାର ଲମ୍ବ ମାପିଥିଲେ। ଜଣେ ବ୍ୟକ୍ତି ଏହି ବିରାଟ ସାପଟିର ମୁହଁକୁ ଧରିଥିବା ବେଳେ ଅନ୍ୟଜଣେ ଏହାର ଲାଞ୍ଜକୁ ଧରିଥିବା ଦେଖିବାକୁ ମିଳୁଛି।


ପରେ ସେମାନେ ଏହାକୁ ଏକ ବଡ଼ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସେମାନଙ୍କ ଭିତରୁ ଜଣେ ସାପଟି ଉପରେ ପାଦ ରଖି ଠିଆ ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଲୋକେ ପ୍ରଶ୍ନ କରିବା ସହିତ ଏହା ଏକ ପ୍ରକାର ପଶୁ କ୍ରୁରତା ବୋଲି କହିଛନ୍ତି।

ତେବେ କିଙ୍ଗ କୋବ୍ରା ଜଙ୍ଗଲ ଆଡକୁ ଯାଉଥିବା ବେଳେ ଏହି ଲୋକମାନେ କଣ ପାଇଁ ଏହାକୁ ବାହାରକୁ ବାହାର କରିଲେ ଏବଂ ଯଦିବି ବାହାର କରିଲେ ତା ଉପରେ ପାଦ ଦେଇ ଠିଆ ହେବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। କାରଣ, ଭିଡ଼ିଓରେ ବ୍ୟକ୍ତିଜଣକ ଯେପରି ଭାବରେ ସାପ ଉପରେ ଠିଆ ହୋଇଛନ୍ତି ତାର ମେରୁଦଣ୍ଡ ଭାଙ୍ଗିଯିବାର ସମ୍ଭାବନା ଅଧିକ ଥିଲା।


ଏହି ଭିଡ଼ିଓଟିକୁ ଅଭିନେତା ତଥା ନିର୍ଦ୍ଦେଶକ ପରଭିନ ଦବସ୍ ନିଜ ଟ୍ୱିଟର ଆକାଉଣ୍ଟ ଦ୍ୱାରା ସେୟାର କରିଥିଲେ। ଏଥିସହିତ ବନ୍ୟଜନ୍ତୁଙ୍କୁ ନେଇ ଆମକୁ ଅଧିକ ଶିକ୍ଷା ଆବଶ୍ୟକ ବୋଲି କ୍ୟାପସନ୍ ରେ ଲେଖିଥିଲେ। ତେବେ ଏହି ଭିଡ଼ିଓରେ ଲୋକମାନେ କୋଙ୍କଣି ଭାଷାରେ କଥା ହେଉଥିବାରୁ ଏହି ଘଟଣା ଗୋଆରେ ଘଟିଥିବା ଲୋକେ ସନ୍ଦେହ କରୁଛନ୍ତି। ତେବେ ସାପଟି ବର୍ତ୍ତମାନ ସୁରକ୍ଷିତ ଏବଂ ସୁସ୍ଥ ଥିବା ଜାଣିବାକୁ ମିଳିଛି।