ଦେଖନ୍ତୁ ଭିଡ଼ିଓ: ରାଗରେ ହେଲା ସର୍ବନାଶ ! ଅନ୍ୟକୁ ମାରିବାକୁ ପ୍ରୟାସ କରୁଥିଲେ ମାତ୍ର ବାଲକୋନୀ ଉପରୁ ପଡ଼ିଗଲେ, ଆଉ ତାପରେ..

 
video 2

କଥାରେ ଅଛି ରାଗ ହିଁ ଆମର ପ୍ରଥମ ଶତ୍ରୁ ଅଟେ ଏବଂ ଏହା ହିଁ ଭବିଷ୍ୟତରେ ମଣିଷର ବିନାଶର କାରଣ ସାଜିଥାଏ। ଏହି ଉକ୍ତିଟିର ଅନେକ ଉଧାହରଣ ଆମ ଜୀବନରେ ଦେଖିବାକୁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ଇଣ୍ଟରନେଟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଉତକ୍ଷିପ୍ତ ହୋଇ ଜଣେ ବ୍ୟକ୍ତି ନିଜ ଜୀବନକୁ ବିପଦରେ ପକାଇ ଦେଇଥିବା ଦେଖିବାକୁ ମିଳୁଛି।

ଭିଡ଼ିଓଟିରେ ଜଣେ ବୟସ୍କ ବ୍ୟକ୍ତି ବାଲକୋନୀ ଠିଆ ହୋଇ ତଳେ କାହା ସହିତ ଝଗଡା କରୁଥିବାର ଦେଖିବାକୁ ମିଳୁଛି। ରାଗରେ ବଶବର୍ତ୍ତୀ ହୋଇ ବ୍ୟକ୍ତି ଜଣକ ଭିତରୁ ଏକ ପ୍ଲେଟ ଆଣି ତଳକୁ ଫୋଫାଡ଼ିଥିଲେ। କିନ୍ତୁ, ଦୁର୍ଭାଗ୍ୟବଶତଃ ତାଙ୍କ ଗୋଡ ଖସିଯିବାରୁ ସେ ବାଲକୋନୀରୁ ତଳକୁ ପଡି ଯାଉଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-


"Instant Regret" ନାମକ ପେଜ୍ ଦ୍ୱାରା ଏହି ଭିଡ଼ିଓଟି ଟ୍ୱିଟରରେ ସେୟାର କରାଯାଇଥିଲା। ଭାଇରାଲ ହୋଇଥିବା ଏହି ଭିଡ଼ିଓଟିରେ ଏପର୍ଯ୍ୟନ୍ତ ୮୦ ହଜ଼ାରରୁ ଅଧିକ ଭିୟୁ ଆସିଥିବା ବେଳେ ୪୪୦ ୟୁଜର୍ସ ଏହାକୁ ରିଟ୍ୱିଟ କରିଛନ୍ତି।