ବିବାହ ମଣ୍ଡପ ବାହାରେ କାନ୍ଦିକାନ୍ଦି ଚିଲ୍ଲଉଥିଲା ପ୍ରେମିକା, ଭିତରେ ଚାଲିଥିଲା ପ୍ରେମିକର ବାହାଘର, ଭିଡ଼ିଓ ଦେଖି ହେବେ ଦୁଃଖିତ

 
Premika premika

ବିବାହ ମଣ୍ଡପ ବାହାରେ "ବାବୁ-ବାବୁ" ବୋଲି ବିକଳରେ ଚିତ୍କାର କରୁଥିଲା ପ୍ରେମିକା, ଭିତରେ ଚାଲିଥିଲା ପ୍ରେମିକର ବାହାଘର। କାନ୍ଦି କାନ୍ଦି ନୟାନ୍ତ ହୋଇଯାଇଥିଲେ ମଧ୍ୟ ଭିତରକୁ ଛାଡିନଥିଲା ସିକ୍ୟୁରିଟି ଗାର୍ଡ। ଏହିପରି ଏକ ଦୃଶ୍ୟର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ଘଟିଛି। ସମ୍ପୂର୍ଣ୍ଣ ଘଟଣା ମୁତାବକ ହୋସଙ୍ଗାବାଦ କୋଠି ବଜାର ସ୍ଥିତ ଏକ ବିବାହ ମଣ୍ଡପରେ ବାହାଘର ଆୟୋଜନ ହେଉଥିଲା। କିନ୍ତୁ ବାହାଘର ଚାଲିଥିବା ବେଳେ ହଠାତ ସେଠାକୁ ଜଣେ ଯୁବତୀ ଆସି ହଙ୍ଗାମା କରିଥିଲେ।

ଯୁବତୀଙ୍କ କହିବା ମୁତାବକ ବାହା ହେଉଥିବା ଯୁବକ ଜଣଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା। ଏପରିକି ସେମାନେ ବିଗତ ୩ ବର୍ଷ ହେବ ଲିଭଇନ୍ ରିଲେସନରେ ରହୁଥିଲେ କିନ୍ତୁ ହଠାତ ତାଙ୍କୁ କିଛି ନ କହି ସେ ଆଉ ଜଣଙ୍କୁ ବାହା ହେଉଥିଲେ। ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି, ଏବେ ଦେଖନ୍ତୁ ଏହି ଭିଡ଼ିଓ:-

ଯୁବତୀଜଣକ ସେଠାରେ ଯେତେ କାନ୍ଦିଥିଲେ ଏବଂ ଚିଲ୍ଲାଇଥିଲେ ମଧ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ଭିତରକୁ ଛାଡ଼ି ନ ଥିଲେ। ତେବେ ଏତେ ହଙ୍ଗାମା ହେବାପରେ କୋବତାଲି ପୋଲିସର ମହିଳା ଏଏସଆଇ ଶ୍ରଦ୍ଧା ରାଜପୁତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ସାନ୍ତ୍ୱନା ଦେବା ସହ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପଚାରି ବୁଝିଥିଲେ।