ଦେଖନ୍ତୁ ଭିଡ଼ିଓ: ମଣିଷଙ୍କ ପରି ନିଶ୍ୱାସ ନେଉଛି ଜଙ୍ଗଲ!! ଏହି ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ବୈଜ୍ଞାନିକ ଦେଲେ ଚାଞ୍ଚଲ୍ୟକର ତଥ୍ୟ…….

 
ଦେଖନ୍ତୁ ଭିଡ଼ିଓ: ମଣିଷଙ୍କ ପରି ନିଶ୍ୱାସ ନେଉଛି ଜଙ୍ଗଲ!! ଏହି ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ବୈଜ୍ଞାନିକ ଦେଲେ ଚାଞ୍ଚଲ୍ୟକର ତଥ୍ୟ…….

ପୃଥିବୀ ଏବଂ ଏହାର ପ୍ରକୃତିରେ ଅନେକ ରହସ୍ୟମୟ ଘଟଣା ଅଛି ଯାହା ଅନେକ ସମୟରେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କିଛି ଘଟଣା ବେଳେ ବେଳେ ବୈଜ୍ଞାନିକମାନଙ୍କ ପାଇଁ ମଧ୍ୟ ଆହ୍ୱାନ ପାଲଟି ଯାଇଥାଏ। ତଥାପି, ଏହିପରି ଅନେକ ଘଟଣା ପଛରେ ଜ୍ଞାନିକମାନଙ୍କର ମଧ୍ୟ ନିଜର ଯୁକ୍ତି ରହିଆସିଛି।

ଏହିପରି ଗୋଟିଏ ଘଟଣାର ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ରେ ଜଙ୍ଗଲ ଭୂମି ନିଶ୍ୱାସ ପ୍ରଶ୍ୱାସ ନେବା ପରି ମନେ ହେଉଛି। ଏହା ଶୁଣିବା ଅଜବ ଲାଗୁଥିଲେ ମଧ୍ୟ, ଜଙ୍ଗଲକୁ ନିଶ୍ୱାସ ନେଉଥିବାର ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଯିବେ।

ବାସ୍ତବରେ, ଇଣ୍ଟରନେଟରେ  ଭାଇରାଲ ହେଉଥିବା ଏହି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଘଞ୍ଚ ଜଙ୍ଗଲ ର ବକ୍ଷ ମନକୁ ମନ ଉପରକୁ ଉଠିଯାଉଛି ଏବଂ ପୁଣି ତଳକୁ ଖସି ଯାଉଥିବା ଦେଖାଯାଉଛି, ଲାଗୁଛି ଯେପରି ଏହି ଜଙ୍ଗଲ ପ୍ରକୃତରେ ମଣିଷ ପରି ନିଶ୍ୱାସ ନେଉଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ଲକ୍ଷ ଲକ୍ଷ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି କେତେକ ଲୋକେ ଏହାକୁ ଏକ ଅଲୌକିକ ଘଟଣା କହୁଥିବା ବେଳେ କେତେକ ଭିଡିଓରେ ଜଙ୍ଗଲ ପ୍ରକୃତରେ ନିଶ୍ୱାସ ନେଉଛି ବୋଲି ମତ ରଖିଥିଲେ।


ତେବେ ବୈଜ୍ଞାନିକମାନଙ୍କ ମତରେ ଯେତେବେଳେ ଏକ ଝଡ ଏକ ଜଙ୍ଗଲ ଦେଇ ଅତିକ୍ରମ କରେ। ସେତେବେଳେ ଜଙ୍ଗଲ ଭୂମିର ଆଦ୍ରତା ବୃଦ୍ଧି ପାଇଥାଏ। ତେଣୁ ଜୋରେ ପବନ ବହିବା ଦ୍ୱାରା ଗଛ ମାନଙ୍କର ଚେର ମାଟିକୁ ହଲାଇଥାଏ। ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଏହା ଏକ ଉପଯୁକ୍ତ ଯୁକ୍ତି ହୋଇପାରେ ବୋଲି ବୈଜ୍ଞାନିକମାନେ ଦର୍ଶାଇଛନ୍ତି।